Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜିଲ୍ଲାରେ ଏସଆଇଆର ର ପ୍ରାରମ୍ଭ

ଜିଲ୍ଲାରେ ଏସଆଇଆର ର ପ୍ରାରମ୍ଭ

ODISHA NEWS 4 months ago

ରାୟଗଡା, (୩୧/୫) : ଆପ୍ର : ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ରାୟଗଡ଼ ଜିଲ୍ଲାରେ ଗତ ତିରିଶ ତାରିଖ ଠାରୁ ଆରମ୍ଭ ହୋଇଛି ଏସ ଆଇ ଆର କାର୍ଯ୍ୟକ୍ରମ । 

ବୁଥ ସ୍ତରୀୟ ଅଧିକାରୀ ସମ୍ପୃକ୍ତ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ଠାରୁ ପରିଗଣନା ଫର୍ମ ନେଇ ଘରକୁ ଘର ବଣ୍ଟନ ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ରାୟଗଡା ଶ୍ରୀଯୁକ୍ତ ଆଶୁତୋଷ କୁଳକର୍ଣୀ  ବିଏଲ୍ଓ ଙ୍କୁ ପରିଗଣନା ଫର୍ମ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବଣ୍ଟନ ଓ ସଂଗ୍ରହ ଶେଷ କରିବା ନିମନ୍ତେ ସମ୍ପୃକ୍ତ ବୁଥ ଅଞ୍ଚଳରେ ରହୁଥିବା ଅଙ୍ଗନୱାଡି କର୍ମୀ, ଆଶା କର୍ମୀ , ସିଆରପି, ଏମ୍ବିକେ, ଶିକ୍ଷକ, ଅନ୍ୟ ସରକାରୀ କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା, ଯୁବକ ସଂଘ, ମହିଳା ସଂଘ ଆଦିର ସଦସ୍ୟ ତଥା ଗ୍ରାମ୍ୟ ଯୁବପିଢ଼ି ବିଏଲଓଙ୍କୁ ସହଯୋଗ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।  .

ଏଥିନିମନ୍ତେ ରାୟଗଡା ବ୍ଲକ ସଦଭାବନା ଗୃହରେ ଶନିବାର ଦିନ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏମ ବି କେ ଓ ସି ଆର ପିଙ୍କ ଏକ ସଚେତନତା ବୈଠକ ତଥା ତାଲିମ ଅନୁଷ୍ଠିତ ହୋଇଥିଲା।

ଫର୍ମ ପୂରଣ କୌଶଳ ସହ ଆବଶ୍ୟକ ଦସ୍ତାବିଜ ବିଷୟରେ ଅବଗତ କରାଯାଇଥିଲା । ଏଥିରେ ରାୟଗଡ଼ ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ, ବିଡ଼ିଓ ସୁଜିତ କୁମାର ମିଶ୍ର, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର, ଜିପିଡିଓ ସ୍ମୃତିରେଖା ନାୟକ ପ୍ରମୁଖ ଯୋଗଦେଇ ଆଲୋଚନା କରିବା ସହ ବୁଥ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । 

ସମସ୍ତ ଭୋଟର ଯେପରି ଚିଠା ଭୋଟର ତାଲିକାରେ ସ୍ଥାନିତ ହେବେ ଏବଂ ଅଯୋଗ୍ୟ ଭୋଟର ବାଦ୍ ହେବେ ସେଥିରେ ଗୁରୁତ୍ୱ ପ୍ରଦାନ କରାଯାଉଅଛି ବୋଲି ଉପଜିଲ୍ଲାପାଳ ରମେଶ କୁମାର ଜେନା କହିଛନ୍ତି । ଏଥି ନିମନ୍ତେ ରାୟଗଡା ବିଧାନସଭା ମଣ୍ଡଳୀର ସମସ୍ତ ତିନିଶହ ଦୁଇଟି ବୁଥ ବିଏଲଓ ଙ୍କୁ ତାଲିମ ପ୍ରଦାନ କରାଯାଇଅଛି । ଇସିଆଇ ନେଟ ରେ ସଂଗୃହୀତ ତଥ୍ୟର ପୂରଣ ନିମନ୍ତେ ପ୍ରତି ବ୍ଲକ୍ ଓ ପୌରାଞ୍ଚଳର ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS