Dailyhunt
ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ODISHA NEWS 1 year ago

ରିପୋର୍ଟ : ଧୃବରାଜ ମିଶ୍ର 
ସୁବର୍ଣ୍ଣପୁର, (୨୧/୦୩) : ସୁବର୍ଣ୍ଣପୁର ଜିଲ୍ଲା ହସ୍ତଶିଳ୍ପ ମ୍ୟାନେଜର କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । 

ଉପନିର୍ଦ୍ଦେଶକ (ହସ୍ତଶିଳ୍ପ) ବନମାଳୀ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲିଡ଼ ବ୍ୟାଙ୍କ ମ୍ୟାନେଜର କାର୍ତ୍ତିକେଶ୍ୱର ପଣ୍ଡା, ଡିଡିଏମ ନାବାର୍ଡ ଡା. ସତ୍ୟ ସ୍ବରୂପ ବିଦାନ୍ତ, ଉପନିର୍ଦ୍ଦେଶକ (ବୟନଶିଳ୍ପ)  ବିନାୟକ ପୃଷ୍ଟି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଯମୁନା ପ୍ରଧାନ, ଶିଳ୍ପ ବିକାଶ ଅଧିକାରୀ ଅଭିଜିତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ହସ୍ତଶିଳ୍ପ କାରିଗରଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।  .

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୪୦ ଜଣ କାରିଗର ଯୋଗ ଦାନ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ ୨୦ ଜଣ ରୁ ଉର୍ଦ୍ଧ କାରିଗରଙ୍କୁ କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ୦୫ ଜଣ ହସ୍ତଶିଳ୍ପ କାରିଗରଙ୍କୁ କର୍ମଶାଳା ତିଆରି ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ହସ୍ତଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ନାରାୟଣ ଦାସ, ଦ୍ରୋଣ ବାରିକ, ଆକାଶ ବିଦ୍ୟାଧର, ଏବଂ ଜିତେଶ ଠାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS