Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଘଟଣା : ବ୍ଲକ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ ପ୍ରତ୍ୟାହୃତ

କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଘଟଣା : ବ୍ଲକ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ ପ୍ରତ୍ୟାହୃତ

ODISHA NEWS 1 year ago

ସୁବର୍ଣ୍ଣପୁର, (୧୮/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପଞ୍ଚାୟତ ସମିତି କର୍ମଚାରୀ ସଂଘ ଦ୍ବାରା ଚାଲିଥିବା କଲମ ଛାଡ଼ ଆନ୍ଦୋଳନ ଶନିବାର ଦିନ ଠାରୁ ପ୍ରତ୍ୟାହୃତ ହୋଇଛି ।   

ସୁଚନା ଯୋଗ୍ୟ ଯେ, ବିନିକା ପଞ୍ଚାୟତ ସମିତି କର୍ମଚାରୀ ସଂଘ ମିଲିତ ରେ ଏକ ବୈଠକ କରାଯାଇ ବିନିକା ବିଡ଼ିଓ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ଦେଇଥିବା ଜଣାପଡ଼ିଛି । ସେଥିରେ ଦ୍ୱାରା ବିନିକା ପଞ୍ଚାୟତ ସମିତି  କର୍ମଚାରୀ ସଂଘ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବିନିକା ପଞ୍ଚାୟତ ସମିତି କର୍ମଚାରୀ ସଂଘ ସ୍ଥାନୀୟ ପୁଲିସ ର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ସାଧାରଣଙ୍କ କାର୍ଯ୍ୟ/ସରକାରୀ କାର୍ଯ୍ୟର ବୃହତ ସ୍ୱାର୍ଥ ପାଇଁ ଦୈନନ୍ଦିନ ବିକାଶମୂଳକ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ,  ୧୭/୦୫/୨୦୨୫ ରୁ କଲମ ଧର୍ମଘଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ଲିଖିତ ଭାବରେ ବିନିକା ବିଡ଼ିଓ ଙ୍କୁ ଜଣାଇଛନ୍ତି ।  .

ଲିଖିତ ପତ୍ରରେ ଜେଇ ଭୋଜରାଜ ମେହେର, ଜେଇ ସହଦେବ ପଧାନ, ଜେଇ ପରମେଶ୍ବର କିଶାନ , ଏସଓ ସତ୍ୟ ପ୍ରସାଦ ମିଶ୍ର, ଏଇଇ ଦିପକ କୁମାର ଗତ୍ତିଆ, ଜେଇ ସୁଜାତା ବେହେରା, ଜେଇ ଉଦୟନାଥ କିଶାନ, ମନୋଜ ବିଭାର, ସୁଧାଂଶୁ ଶେଖର ଚାନ୍ଦ, ଶରତ କୁମାର ଭୋଇ, ରାଜେନ୍ଦ୍ର ବିଶି, ପ୍ରିୟବ୍ରତ ମିଶ୍ର, ଯୋଗେଶ ପ୍ରସାଦ ମହାପାତ୍ର, ସାଗରିକା ବାଘ, ଯୋଗେନ୍ଦ୍ର ପ୍ରସାଦ ମେହେର, ପ୍ରମୁଖ ‌ସହମତି  ପତ୍ରରେ ଦସ୍ତଖତ ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS