ମୟୂରଭଞ୍ଜ, (୦୪/୦୮) : ଆପ୍ର : କାର ଭିତରୁ ଉଦ୍ଧାର ହେଲା ପୋଲିସ କନେଷ୍ଟବଳଙ୍କ ମୃତ ଦେହ । ମୟୂରଭଞ୍ଜ ପଦ୍ମନାଭପୁର ଏନଏଚ୍ ୧୮ ରାସ୍ତାକଡରେ ପାର୍କ ହୋଇଥିବା କାରରୁ ମୃତଦେହ ଉଦ୍ଧାର ହୋଇଛି ।
ମୃତକ ହେଲେ ଝାରପୋଖରିଆର ବସନ୍ତ ମହାନ୍ତ । ଗତକାଲି ସକାଳ ୧୧ଟାରୁ କାରଟି ରାସ୍ତା ପାର୍ଶ୍ବରେ ଛଡ଼ା ହୋଇଥିଲା । ଅପରାହଣ ଯାଏ କାର ସେମିତି ଥିବାରୁ, ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ପରେ କାର ସିଟରେ ବସନ୍ତଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

