Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କରୋନା ମୃତକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା

କରୋନା ମୃତକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା

ODISHA NEWS 5 years ago

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୩/୦୯) : ମହାମାରୀ କରୋନା ସଂକ୍ରମଣରେ କରୋନା ମୃତକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କାର କ୍ଷତିପୂରଣ । ରାଜ୍ୟ ସରକାର ଏହି ଟଙ୍କା ଦେବେ । ଏନେଇ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି । 


ରାଜ୍ୟ ସରକାର ସେମାନଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଟଙ୍କା ବହନ କରିବେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କିମ୍ବା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଯୋଗ୍ୟ ଆଶାୟୀଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି । ୫୦ ହଜାର ଟଙ୍କା ସହ କରୋନା ମୃତକଙ୍କ ପରିବାର ସଦସ୍ୟ ଙ୍କ ଭବିଷ୍ୟତ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୋର୍ଟଙ୍କୁ କୁହାଯାଇଛି ।


କୋଭିଡରେ ପ୍ରାଣ ହରାଉଥିବା ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଅର୍ଡÿର କରିଥିଲେ ।

ସହାୟତା ରାଶି କେତେ ହେବ ସେ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ଗାଇଡଲାଇନ୍ସ ଜାରି କରିବାକୁ କୋର୍ଟ କହିଥିଲେ ।

କୋଭିଡ୍ ମୃତକଙ୍କ ପରିବାରକୁ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାଲାଗି ଆବେଦନ ହୋଇଥିଲା । କେନ୍ଦ୍ର ସରକାର କହିଥିଲେ ଯେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇହେବ ନାହିଁ । କାରଣ ଏଭଳି କ୍ଷତିପୂରଣ ପ୍ରଦାନ କରାଗଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ । ରାଜ୍ୟମାନେ ଅନ୍ୟ ବିପର୍ଯ୍ୟୟର ମୁକାବିଲା କରିପାରିବେ ନାହିଁ ।

ସୁପ୍ରିମକୋର୍ଟ କହିଥିଲେ ଯେ ଏନ୍ଡିଏମ୍ଏର ଧାରା ୧୨ରେ ବିପର୍ଯ୍ୟୟ ମୃତ୍ୟୁରେ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ରହିଛି  । ଏହାକୁ ପୂରଣ କରିବା ହେଉଛି ସରକାରଙ୍କ ଦାୟିତ୍ୱ । ତେବେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସମ୍ପର୍କରେ ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି । ସମସ୍ତ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS