ବାଂଶପାଳ, (୧୦/୦୭) : ଆପ୍ର : କେନ୍ଦୁଝର ସଦର ଥାନା ଅଞ୍ଚଳରେ ଲଜ୍ଜା । ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମକାରୀ ଖୋଦ ନାବାଳିକାଙ୍କ ସଂପର୍କୀୟ ବୋଲି ଜଣାପଡିଛି ।
ଗ୍ରାମବାସ ମାନେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି । ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ରାୟଗଡ଼-ଫୁଲଝର ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ସୂଚନା ଅନୁସାରେ, ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ତୁରନ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସଙ୍କ ହାତରେ ହସ୍ତାନ୍ତର କରିଥିଲେ । ଏପଟେ ଗୁରୁତର ଆହତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । .
ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ।

