Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେନ୍ଦୁଝରରେ ଏନ୍ କାଉଣ୍ଟର, କୁଖ୍ୟାତ ଅପରାଧୀ ପ୍ରଭାତ ମେଡିକାଲରେ ଭର୍ତ୍ତି

କେନ୍ଦୁଝରରେ ଏନ୍ କାଉଣ୍ଟର, କୁଖ୍ୟାତ ଅପରାଧୀ ପ୍ରଭାତ ମେଡିକାଲରେ ଭର୍ତ୍ତି

ODISHA NEWS 3 months ago

କେନ୍ଦୁଝର, (୧୬/୦୬) : ଆପ୍ର : କେନ୍ଦୁଝରରେ ଏନ୍ କାଉଣ୍ଟର । କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ପୋଲିସର ଏନକାଉଣ୍ଟର । ପ୍ରଭାତର ଡାହାଣ ଗୋଡ଼ରେ ବାଜିଛି ଗୁଳି । 

ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ପୋଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କଲାବେଳେ ଖାଇଲା ଗୁଳି। ପ୍ରଭାତ ନାଁରେ ବିଭିନ୍ନ ଥାନାରେ ରହିଛି ୪୦ରୁ ଅଧିକ ମାମଲା । କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ଏହି ଅପରାଧି ସମ୍ପୃକ୍ତ ଥିବା ଜାଣି ସଦର ଥାନା ଟାଙ୍ଗରାଣୀ ରୁ ତାକୁ ଗିରଫ କରିଥିଲା। ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା ପୋଲିସ । ବାକି ପଇସା ସଦର ଥାନା ମହୁଲଡିହା ଜଙ୍ଗଲରେ ରଖିଥିବା କହିଥିଲା ପ୍ରଭାତ ।

ଯେତେବେଳେ ପୋଲିସ ତାକୁ ମହୁଲଡିହା ଜଙ୍ଗଲକୁ ଟଙ୍କା ଉଦ୍ଧାର କରିବା ପାଇଁ ନେଇଥିଲା ସେ ଗାତରୁ ଟଙ୍କା ବାହାର କରିବାକୁ ଯାଇ ଗାତରେ ରଖିଥିବା ଏକ ଦେଶୀ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଗୁଳି ଚଳାଇଥିଲା । ଫଳରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS