Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
‘ଖେଳୋ ଇଣ୍ଡିଆ’ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

‘ଖେଳୋ ଇଣ୍ଡିଆ’ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ODISHA NEWS 1 month ago

ଭୁବନେଶ୍ୱର, (୦୧/୦୮) : ଆପ୍ର :  ‘ଖେଳୋ ଇଣ୍ଡିଆ’ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ବଡ଼ ଅନୁମୋଦନ । ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଯୋଜନାରେ ୨୯ ହଜାର କୋଟି ଟଙ୍କା ବ୍ୟୟ କରାଯିବ । 

ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ଅଲିମ୍ପିକ୍ସ, ପାରାଲିମ୍ପିକ୍ସ ଓ ଅନ୍ୟାନ୍ୟ ବଡ଼ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତିକୁ ଆହୁରି ମଜବୁତ କରାଯିବ । ସେହିପରି ୨୦୩୦ରେ ଭାରତ ଆୟୋଜନ କରିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପ୍ରଶିକ୍ଷଣ, ଆଧୁନିକ ସୁବିଧାର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସରକାରଙ୍କ ମତରେ, ଏହି ପଦକ୍ଷେପ ଭାରତକୁ ବିଶ୍ୱ କ୍ରୀଡ଼ା ମଞ୍ଚରେ ଆହୁରି ପ୍ରତିଯୋଗିତାମୂଳକ କରିବା ସହ ଦେଶର ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ଆଣିବାରେ ବଡ଼ ଭୂମିକା ନେବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS