Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୋରାପୁଟରେ ଚାଞ୍ଚଲ୍ୟ, ଘରେ ପଶି ଟଙ୍କା ଓ ସୁନା ଲୁଟି ନେଲେ ଲୁଟେରା

କୋରାପୁଟରେ ଚାଞ୍ଚଲ୍ୟ, ଘରେ ପଶି ଟଙ୍କା ଓ ସୁନା ଲୁଟି ନେଲେ ଲୁଟେରା

ODISHA NEWS 1 month ago

କୋଟପାଡ଼, (୨୬/୦୭) : ଆପ୍ର : କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି ।

କୋରାପୁଟ କୋଟପାଡ଼ ମିଶନ୍ କମ୍ପାଉଣ୍ଡରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍ । କୋଟପାଡ଼ ସହରର ମିଶନ୍ କମ୍ପାଉଣ୍ଡରୁ ୫ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ ଲୁଟେରା । ରାତିରେ ଲୁଟେରାମାନେ କୋଟପାଡ଼ ମିସନ କମ୍ପାଉଣ୍ଡର ସୁଭମ ସୁବ୍ରତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପସି ଝରକା ତାଡ଼ି ଆଲମାରୀ ଚାବି ଖୋଲି ସମସ୍ତ ଟଙ୍କା ଓ ସୁନା ଲୁଟି ନେଇଥିବା ଜଣାପଡିଛି । ଖବର ପାଇ କୋଟପାଡ଼ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ସନ୍ଦେହ ଥିବା ବ୍ୟକ୍ତିଙ୍କୁ ପଚାରାଉଚରା କରୁଛି ।

ସୂଚନା ଅନୁସାରେ, ରାତି ସମୟରେ ଲୁଟେରାମାନେ କୋଟପାଡ଼ ମିଶନ କମ୍ପାଉଣ୍ଡରେ ଥିବା ସୁଭମ ସୁବ୍ରତ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ପ୍ରବେଶ କରିଥିଲେ ।

ଲୁଟେରାମାନେ ଘରର ଝରକା ତାଡ଼ି ଭିତରକୁ ପଶିବା ପରେ ଆଲମାରୀ ଚାବି ଖୋଲିଥିଲେ । ପରେ ଆଲମାରୀରେ ରଖାଯାଇଥିବା ପ୍ରାୟ ୫ ଲକ୍ଷ ଟଙ୍କା ନଗଦ ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ । ଏହି ଲୁଟ୍ ଘଟଣା ପରେ ମିଶନ କମ୍ପାଉଣ୍ଡ ଓ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି । ଖୁବଶୀଘ୍ର ଲୁଟେରାମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS