ପୁରୁଷୋତ୍ତମପୁର, (୧୧/୦୬) : ଆପ୍ର : କୃଷି ବିଭାଗ ଅଫିସ ଗୃହରେ ବ୍ଳକ ଅଧକ୍ଷା,ସମସ୍ତ ଲାଇନ ବିଭାଗ ଯଥା କୃଷି, ମୂର୍ତ୍ତିକା ସଂରକ୍ଷଣ, ଫିସେରୀ, ଉଦ୍ୟାନ ସମନ୍ୱିତ ଶିଶୁ ବିକାଶ, ପ୍ରାଣୀ ବିଭାଗ ସହ ନିର୍ବାଚିତ ୨୨ ଜଣଙ୍କ ମଧ୍ୟରୁ ଉପସ୍ଥିତ ୨୦ ଜଣ ସଦସ୍ୟ, ଓ ଚାଷୀ ମାନଙ୍କ ଉପସ୍ଥିତି ରେ ଆତ୍ମାର ଅଧକ୍ଷ ଅରୁଣ ପଣ୍ଡାଙ୍କ ଅଧକ୍ଷତା ରେ ଓ କୃଷି ଅଧିକାରୀ ଶୁଭଦର୍ଶିନୀସଶସ୍ତି କରଣ ବିଭାଗ ଦ୍ଵାରା ଗୋଷ୍ଠୀ କୃଷକ ଉପଦେଷ୍ଟା ଦଳ ବୈଠକ ଏହିବର୍ଷ ତିନିବର୍ଷ ର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କି ବେହେରା ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ 35 ନଂ ଜିଲ୍ଲା ପରିଷଦ ସଦସ୍ୟ ପିଙ୍କି ନାୟକ, 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରା, ଓ 37 ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା ଯୋଗ ଦେଇଥିଲେ ଉପସ୍ଥିତ କୃଷକ ମାନଙ୍କ ବିଭିନ୍ନ ବିଭାଗର ଅସୁବିଧା ଉପରେ ଉପସ୍ଥିତ ଲାଇନ ବିଭାଗ ଅଧିକାରୀ ମାନେ ସେହି ପ୍ରଶ୍ନ ର ଉତ୍ତର ଦେଈ ତାର ସମାଧାନ କରିଥିଲେ ।
ଏହାସହ ଚାଷୀମାନେ ଯେପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରୁ ବଞ୍ଚିତ ନହେବେ ତାଉପରେ ମଧ୍ୟ ଦୃଷ୍ଟି ଦେଈ ତାର ନିରାକରଣ ପାଇଁ ଚେଷ୍ଟା କରିବି ବୋଲି ମତ ଦେଇଥିଲେ । ଓ ଆଗାମୀ ବୈଠକ ରେ ପୁଣି ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ ଚାଷୀଙ୍କ ଅଭିଯୋଗ ଶୁଣି ତାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମତ ଦେଇଥିଲେ ।

