Dailyhunt
ଲୋକ କଳା ମହୋତ୍ସବ ଉଦଘାଟିତ

ଲୋକ କଳା ମହୋତ୍ସବ ଉଦଘାଟିତ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
କୋଣାର୍କ, (୧୪/୦୨) : ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟ ଦୀପ ପକ୍ଷରୁ ଆୟୋଜିତ ଷଷ୍ଠ ଲୋକ କଳା ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । 

ଏହି ସାଂସ୍କୃତିକ ସଂଧ୍ୟାର କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲାର ବିଜେପି ସଭାପତି ଦେବେନ୍ଦ୍ର ନାଥ ଶର୍ମା, ନାବାର୍ଡର ଆଞ୍ଚଳିକ ମହା ପ୍ରବନ୍ଧକ ବାଉରିବନ୍ଧୁ ଗୋଛାୟତ, ନାଟ୍ୟ ଚେତନାର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ, ସମାଜସେବୀ ମନୋଜ କୁମାର ନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ପାତ୍ର, ଗବେଷକ ସଞ୍ଜୟ ବରାଳ ଓ ସମାଜସେବୀ ସୁରେନ କୁମର ପାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କଟକର ଲୋକଶାସ୍ତ୍ର କଳା ପରିଷଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, କୋଣାର୍କର ନାଟ୍ୟ ଦୀପ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗୁରୁ ପ୍ରିୟଙ୍କା ଦାଶ ଓ ସାଥିମାନଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯିବ।

ଏହି ଅବସରରେ ଲୋକକଳା ମହୋତ୍ସବ ପୂର୍ବରୁ କୋଣାର୍କ ନିକଟସ୍ଥ ରାଉଳପାଟଣାର କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସମ୍ବଲପୁରି ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନାଟ୍ୟ ଦୀପ ସାଂସ୍କୃତିକ ଅନୁଷ୍ଠାନର ନିର୍ଦ୍ଦେଶକ କାଳନ୍ଦୀ ସ୍ବାଇଁ, ସହ ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାରଣା, ମାନସ ବିଶ୍ବାଳଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS