Dailyhunt
ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ

ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ

ODISHA NEWS 3 years ago

ରିପୋର୍ଟ : ଦେବଦତ୍ତ ପଣ୍ଡା 
କଳାହାଣ୍ଡି, (୨୪/୧) : ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ । ସ୍ୱାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅବଦାନ ପାଇଁ ଭାରତର ସ୍ୱାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଥିଲା । 

ନେତାଜୀଙ୍କ ଏହି ମହାନ୍ ଆଦର୍ଶକୁ ପାଥେୟ କରି ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତ ପ୍ରୟାସରେ କଳାହାଣ୍ଡି ବିକାଶ ପରିଷଦ “କ୍ରାନ୍ତିଯାତ୍ରା” କରିବା ମୂଳ ଉଦ୍ଦେଶ୍ୟ ଥିଲା ବୋଲି ସୋମବାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାହିତ୍ୟିକା ତଥା କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ୍ କହିଛନ୍ତି । ଗତ ଡିସେମ୍ବର ୩୦ତାରିଖ କ୍ରାନ୍ତି ଦିବସ ପାଳନ ଅବସରରେ ଭବାନୀପାଟଣାଠାରୁ ପରିଷଦର କ୍ରାନ୍ତି ଯାତ୍ରା ୨୧ ଦିନ ବ୍ୟାପୀ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ଟି ବ୍ଲକ୍  ପରିକ୍ରମା କରିଛି ।

୨୩ ଜାନୁଆରୀ ପରାକ୍ରମ ଦିବସ ମଧ୍ୟରେ ଏହା ସମାପନ ହୋଇଛି । 

ନେତାଜୀ ଭାରତ ଭୂମିରେ କ୍ରାନ୍ତି ଆଣିବାରେ ସଫଳ ହୋଇଥିଲେ ଏଣୁ ଲୋକଙ୍କ ଭିତରେ ସଚେତନତା ଆଣିବା ପାଇଁ କ୍ରାନ୍ତିର ଆହ୍ୱାନ ଦିଆଯିବା ସହିତ ବିକଶିତ କଳାହାଣ୍ଡି ଗଠନର ଆହ୍ୱାନ ଦିଆଯାଇଥିଲା । ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଇବା ଥିଲା ଏହି କ୍ରାନ୍ତିଯାତ୍ରାର ଅଭିପ୍ରାୟ ବୋଲି ଡକ୍ଟର ମୁଣ୍ଡ୍ କହିଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ସୁ-ଶାସନର ଅଭାବରେ ଅଣନିଶ୍ୱାସୀ ଏବେ ଜନସାଧାରଣ । କ୍ରାନ୍ତି ଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେବାକୁ କରାଯାଇଥିବା ଏହି ପ୍ରୟାସରେ କିଛି ଶୋଇ ରହିଥିବା ରାଜନେତା ଜାଗ୍ରତ ହୋଇଛନ୍ତି ଏଣୁ ଏହା ଏକ ସଫଳ ପ୍ରୟାସ ବୋଲି ସୁନୀତି ମହିଛନ୍ତି । 

ଏହି କ୍ରାନ୍ତି ଯାତ୍ରାରେ ସମସ୍ତ ବ୍ଲକରୁ ଶତାଧିକ ଲୋକଙ୍କ ସମାବେଶରେ ହାତରେ ତ୍ରିରଙ୍ଗା ଧରି ରାଲି ସହର ପରିକ୍ରମା କରିଥିଲା । ରାଲି ରେ ବିଶେଷତଃ ଯୁବକ/ଯୁବତୀ-  ୬୦%, ମହିଳା -୨୦%, ପୁରୁଷ -୧୫%, ବୃଦ୍ଧ/ବୃଦ୍ଧା - ୫% । ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଦଳ, ଅନୁଷ୍ଠାନ ଆଦି ଅଂଶ ଗ୍ରହଣ କରିଥିଲେ । କ୍ରାନ୍ତି ଯାତ୍ରା ପ୍ରତି ଜନସାଧାରଣଙ୍କ ବହୁତ ଭଲ ସମର୍ଥନ ଥିବା ଡକ୍ଟର ମୁଣ୍ଡ୍ ଜଣାଇଛନ୍ତି । ଆଗ୍ରହୀ ଅନେକ ଲୋକ ଯେଉଁମାନେ କ୍ରାନ୍ତି ଯାତ୍ରାରେ ସାମିଲ ହୋଇପାରିନଥିଲେ ସେମାନେ ପୂର୍ବରୁ ସୂଚନା ଦେବାକୁ କହିଥିଲେ । ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ପୂର୍ଣ୍ଣ ସହଯୋଗ ମିଳିଥିଲା । କ୍ରାନ୍ତି ଯାତ୍ରା ଏକ ଅଣ ରାଜନୈତିକ ପ୍ରୟାସ ।
 
୧୮ଟି ବ୍ଲକ ପରିକ୍ରମା ସମୟରେ ଜିଲ୍ଲାରେ ଅନେକ ସମସ୍ୟା ରହିଥିବା ଡକ୍ଟର ମୁଣ୍ଡ୍ ଦେଖିଥିବା ସହିତ ଜିଲ୍ଲାର ଦୀର୍ଘସୂତ୍ରୀ ବିକାଶ ପାଇଁ କେହି ନେତା ମନ୍ତ୍ରୀ କିଛି ଦୂରଦୃଷ୍ଟି ରଖିନଥିବା ସହିତ ନିଜ ହୀନମନ୍ୟତାର ଶିକାର ହୋଇ ନେତାମାନେ ଆଗାମୀ ପିଢ଼ୀଙ୍କୁ ରାସ୍ତାରୋକ କରିଛନ୍ତି । ଫଳରେ ନୂତନ ପିଢ଼ୀ ପ୍ରସ୍ତୁତ ହୋଇପାରୁନାହାନ୍ତି । ଏଣୁ ଜନସାଧାରଣ ନିଜ ଅଂଚଳର ବିକାଶ ପାଇଁ ସ୍ୱର ଉଠାଇବା ନିତାନ୍ତ ଜରୁରୀ ବୋଲି ସେ କହିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS