ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୪/୧) : ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ । ସ୍ୱାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅବଦାନ ପାଇଁ ଭାରତର ସ୍ୱାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଥିଲା ।
ନେତାଜୀଙ୍କ ଏହି ମହାନ୍ ଆଦର୍ଶକୁ ପାଥେୟ କରି ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତ ପ୍ରୟାସରେ କଳାହାଣ୍ଡି ବିକାଶ ପରିଷଦ “କ୍ରାନ୍ତିଯାତ୍ରା” କରିବା ମୂଳ ଉଦ୍ଦେଶ୍ୟ ଥିଲା ବୋଲି ସୋମବାର ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାହିତ୍ୟିକା ତଥା କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ୍ କହିଛନ୍ତି । ଗତ ଡିସେମ୍ବର ୩୦ତାରିଖ କ୍ରାନ୍ତି ଦିବସ ପାଳନ ଅବସରରେ ଭବାନୀପାଟଣାଠାରୁ ପରିଷଦର କ୍ରାନ୍ତି ଯାତ୍ରା ୨୧ ଦିନ ବ୍ୟାପୀ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ଟି ବ୍ଲକ୍ ପରିକ୍ରମା କରିଛି ।
No Internet connection |