Dailyhunt
ଲୋକଙ୍କ ନିକଟରେ ଯୋଜନା ସହ ବିକାଶ

ଲୋକଙ୍କ ନିକଟରେ ଯୋଜନା ସହ ବିକାଶ

ODISHA NEWS 10 months ago

ରାୟଗଡା, (୧୬/୦୬) : ଆପ୍ର. : ଯୋଜନା ସହ ବିକାଶର ବାହନ ଲୋକଙ୍କ ନିକଟରେ ପହଞ୍ଚିଲା। ରାୟଗଡା ବ୍ଳକର କାମ୍ପ ମାଲିଗାଁ, କୁଲି ଓ ବଡ଼ ଆଲୁବାଡ଼ି ଗ୍ରାମ ପଞ୍ଚାୟତ ରେ ସୋମବାର ବିକାଶ ବାହନ ପହଁଞ୍ଚିଛି। ବାଜା, ତୁରୀ, ହୁଳହୁଳି ଓ ନାଚ ଗୀତରେ ରଥକୁ ଲୋକେ ସ୍ଵାଗତ କରିଥିଲେ ।  

ସରପଞ୍ଚ, ୱାର୍ଡ ସଦସ୍ୟ ଓ ନିର୍ବାଚିତ ପ୍ରତିନିଧି ସମେତ ବିଭାଗୀୟ ଅଧିକାରୀ, ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ତେରଟି ଆବାସ କାର୍ଯ୍ଯାଦେଶ,  ଏଗାରଟି ଜବକାର୍ଡ,  ତିନୋଟି ନୂଆ ରେସନ କାର୍ଡ,  ତିନୋଟି ସି ଏମ କିସାନ କାର୍ଡ,  ଏକଶହ ବତିଶିଟି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟକାର୍ଡ,  ତେର ଜଣଙ୍କୁ ଜଙ୍ଗଲ ଅଧିକାର ଆଇନ ଜମିପଟ୍ଟା, ନଅଗୋଟି ହିତାଧିକାରୀଙ୍କୁ ନୂତନ ପେନସନ, ତିନୋଟି ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ,  ପଚିଶି ଜଣଙ୍କର ଆଧାର ପଞ୍ଜିକରଣ ଓ ମାଁଙ୍କ ନାମରେ ଏକଶହ ଆଠୋଟି ଗଛ ରୋପଣ କରାଗଲା ।

ତିନୋଟି ପଞ୍ଚାୟତର ଏକ ହଜାର ପାଞ୍ଚ ଶହ ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥାଏ ହୋଇଥିଲା । ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ନିର୍ବାହୀ ଅଧିକାରୀ, ମଙ୍ଗଳ ଅଧିକାରୀ,  ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ଜଙ୍ଗଲ, ଯୋଗାଣ,କୃଷି, ସମାଜ ମଙ୍ଗଳ,  ଜୀବିକା ମିଶନ ଆଦି ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS