ODISHA NEWS
ODISHA NEWS@odishanews

ମହା ମୁକାବିଲା : ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ମହା ମୁକାବିଲା : ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
  • 204d
  • 23 shares

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୯) : ଆଜି ପୁଣି ମହା ମୁକାବିଲା । ସୁପର ସଣ୍ଡେରେ ଦେଖିବାକୁ ମିଳିବ ପୁଣି ଏକ ହାଇ ଭୋଲଟେଜ ମ୍ୟାଚ୍ । ଏସିଆକପରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ ।  ମାତ୍ର ୮ ଦିନ ମଧ୍ୟରେ ଦୁଇ ଦଳ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଏଥିପାଇଁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

ଆଜି ପୁଣି ମହା ମୁକାବିଲା । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତ ଫାଇନାଲ ଖେଳିବାକୁ ନିଜର ଦାବି ଦୃଢ କରିବ । ଟିମ୍ ଇଣ୍ଡିଆ ଏବେ ଚମତ୍କାର ଫର୍ମରେ ଅଛି । ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ଯେ କୌଣସି ଦଳକୁ ଅଡୁଆରେ ପକାଇ ପାରନ୍ତି ।

No Internet connection

Link Copied