Dailyhunt
ମହାନଦୀରୁ ମୃତ ଦେହ ଉଦ୍ଧାର

ମହାନଦୀରୁ ମୃତ ଦେହ ଉଦ୍ଧାର

ODISHA NEWS 1 year ago

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୧): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ରହେଲା ନିକଟ ମହାନଦିରୁ ଭାସମାନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି  l 

ମୃତ ବ୍ୟକ୍ତି ଜଣକ ଉଲୁଣ୍ଡା ଥାନା ବଡାଲି ଗ୍ରାମର ନିରଞ୍ଜନ ସାହୁ ବୋଳି ଜଣାପଡିଛି l ସୂଚନା ଅନୁସାରେ ଗତ ୧୫ ତାରିଖରେ ବିନିକା ଥାନା ସେଲେଡି ଗ୍ରାମକୁ ନିରଞ୍ଜନ ଏକ ମୃତାହ କାମରେ ଯୋଗ ଦେବାକୁ ଆସିଥିଲେ l ମାତ୍ର ସେ ଆଉ ଘରକୁ ଫେରି ନଥିଲେ l ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନ ଥିଲେ  l ଏନେଇ ପରିବାର ଲୋକେ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ l ତେବେ ଆଜି  ମହାନଦୀ ପାଣି ଭିତରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ବିନିକା ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ l  .

ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପାଣି ଭିତରୁ ଭାସମାନ ଅବସ୍ଥାରେ ମୃତଦେହ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ l ପୋଲିସ ମୃତ ଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି l ତେବେ ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି l ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାରକୁ ହସତନ୍ତର କରାଯିବ ବୋଲି ପୁଲିସ କହିଛି l .

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS