Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାତିଛି ପାଗଳ ମାଙ୍କଡ଼, ୧୦ ଜଣଙ୍କୁ କାମୁଡ଼ି କଲାଣି ଘାଇଲା

ମାତିଛି ପାଗଳ ମାଙ୍କଡ଼, ୧୦ ଜଣଙ୍କୁ କାମୁଡ଼ି କଲାଣି ଘାଇଲା

ODISHA NEWS 3 months ago

ବ୍ରହ୍ମପୁର, (୧୭/୦୬) : ଆପ୍ର : ମାତିଛି ପାଗଳ ମାଙ୍କଡ଼ । ପ୍ରାୟ ୧୦ ଜଣଙ୍କୁ କାମୁଡ଼ି ଘାଇଲା କଲାଣି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନିସ୍ତିପୁର ଗାଁରେ ପାଗଳ ମାଙ୍କଡ଼ ଆତଙ୍କ । 

ଗ୍ରାମରେ ହଠାତ୍ ମାଙ୍କଡ଼ମାନେ ଉତ୍ପାତ ସୃଷ୍ଟି କରି ୧୦ ଜଣଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାପଡ଼ିଛି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଇଥିଲା । ବର୍ତ୍ତମାନ ସମସ୍ତ ଆହତଙ୍କର ଚିକିତ୍ସା ଆଡ଼ପଦା କମ୍ୟୁନିଟି ହେଲଥ ସେଣ୍ଟରରେ ଚାଲିଛି । ଘଟଣା ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳରେ ଏହି ମାଙ୍କଡ଼ ଆତଙ୍କରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରୁ ନାହାନ୍ତି । ଯିଏ ବାହାରକୁ ବାହାରୁଛନ୍ତି ମାଙ୍କଡ଼ ଆକ୍ରମଣର ଶିକାର ହେଉଛନ୍ତି ।

ଭୟରେ ଗ୍ରାମବାସୀ ହାତରେ ବାଡି ଧରି ଵାହାରୁଛନ୍ତି। ବନ ବିଭାଗ ପକ୍ଷରୁ ଶୀଘ୍ର ପଦକ୍ଷେପ ନେଇ ମାଙ୍କଡ଼ ଉତ୍ପାତକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟମାନେ ଦାବି କରିଛନ୍ତି । ମାଙ୍କଡ଼ଙ୍କୁ ଧରିବା ପାଇଁ ପାଞ୍ଚଜଣିଆ ଟିମ୍ ଗଠନ କରିଛି ବନବିଭାଗ ।



Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS