Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୌସୁମୀକୁ ଏଲନିନୋ ବିପଦ, ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ଆଶଙ୍କା

ମୌସୁମୀକୁ ଏଲନିନୋ ବିପଦ, ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ଆଶଙ୍କା

ODISHA NEWS 3 months ago

ଭୁବନେଶ୍ୱର, (୦୧/୦୬) : ଆପ୍ର : ମୌସୁମୀକୁ ଏଲନିନୋ ବିପଦ । ସୁରକ୍ଷା ଦେଇ ପାରିବନି ଭାରତ ମହାସାଗର ।

୧୯୯୭ ମସିହାରେ ଯେଉଁ ସମୁଦ୍ର ଭାରତକୁ ମରୁଡ଼ିରୁ ରକ୍ଷା କରିଥିଲା । ୨୦୨୬ ମସିହାରେ ତାର ପୁନରାବୃତ୍ତି ହେବାର ସମ୍ଭାବନା କମ୍ ବୋଲି ଅଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ସାଟେଲାଇଟ୍ ରୁ ମିଳିଥିବା ସେହି ତାଜା ତଥ୍ୟ ଦେଶର ଚିନ୍ତାକୁ ବହୁତ ବଢ଼ାଇ ଦେଇଛି । ଚଳିତ ବର୍ଷ ଭାରତୀୟ ମୌସୁମୀ ଉପରେ ଏଲ୍ ନିନୋର କଳାବାଦଲ ମାଡ଼ି ଆସୁଛି । ଏହା ଯୋଗୁଁ ଦେଶରେ ମରୁଡ଼ି ହେବାର ଆଶଙ୍କା ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପୂର୍ବରୁ ୧୯୯୭ ମସିହାରେ ମଧ୍ୟ ଏଭଳି ଏକ ବଡ଼ ସଙ୍କଟ ଦେଖାଦେଇଥିଲା । କିନ୍ତୁ ସେତେବେଳେ ଭାରତ ମହାସାଗର ଏକ ସୁରକ୍ଷା କବଚ ସାଜି ସେହି ବିପଦକୁ ଦୂରେଇ ଦେଇଥିଲା।

ଏଲନିନୋ ମୌସୁମୀକୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଭାରତ ମହାସାଗର ଆକ୍ଟିଭ ହୋଇଯାଏ ।

ଯାହାକୁ ବୈଜ୍ଞାନିକ ଭାଷାରେ ଇଣ୍ଡିଆନ ଓସନ ଡାଇପୋଲ -IOD କୁହାଯାଏ । ଏହା ଦୁଇ ପ୍ରକାର । ପଜିଟିଭ IOD ଏବଂ ନେଗେଟିଭ IOD । ପଜିଟିଭ IOD ସ୍ଥିତି ଭାରତ ପାଇଁ ବରଦାନ ପରି କାମ କରିଥାଏ । ଯାହା ୧୯୯୭ରେ ହୋଇଥିଲା । କିନ୍ତୁ ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଚଳିତ ବର୍ଷ ଭାରତୀୟ ମୌସୁମୀ ଉପରେ ଏଲ୍ ନିନୋର ସବୁଠାରୁ ବିପଜ୍ଜନକ ପ୍ରଭାବ ଦେଖିବାକୁ ମିଳୁଛି ।

କାରଣ ଏଥର ଭାରତ ମହାସାଗର ସମ୍ପୂର୍ଣ୍ଣ ନିଶ୍ଚଳ ଓ ଶାନ୍ତ ରହିଛି, ଯାହାଫଳରେ ଭାରତ ପାଖରେ ଏଲ୍ ନିନୋ ସହ ଲଢ଼ିବା ପାଇଁ କୌଣସି ବିକଳ୍ପ ନାହିଁ। ପୂର୍ବ ପରିସଂଖ୍ୟାନ ଅନୁଯାୟୀ ୧୯୫୧ ରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୬୦ ପ୍ରତିଶତ ଏଲ୍ ନିନୋ ବର୍ଷଗୁଡ଼ିକରେ ଭାରତ ମରୁଡ଼ି କିମ୍ବା ସ୍ୱଳ୍ପ ବୃଷ୍ଟିପାତର ସମ୍ମୁଖୀନ ହୋଇଛି।୨୦୨୬ ମସିହାରେ ଭାରତର ଚିନ୍ତା ବଢ଼ିବାର ମୁଖ୍ୟ କାରଣ ହେଉଛି ପାଣିପାଗ ବିଭାଗର ସାଟେଲାଇଟ୍ ଏବଂ କ୍ଲାଇମେଟ୍ ମଡେଲ୍ ରୁ ମିଳିଥିବା ତଥ୍ୟ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜୁନ୍ ରୁ ଅଗଷ୍ଟ ମଧ୍ୟରେ ଅଲ୍ ନିନୋର ପ୍ରଭାବ ସାମାନ୍ୟ ରହିବ, କିନ୍ତୁ ସେପ୍ଟେମ୍ବର ମାସ ଆଡ଼କୁ ଏହା ନିଜର ସମ୍ପୂର୍ଣ୍ଣ ଶକ୍ତିଶାଳୀ ରୂପ ଧାରଣ କରିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS