Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୟୁରଭଞ୍ଜ ଜିଲ୍ଲାରେ ସୋମବାର ସମସ୍ତ ସ୍କୁଲ ବନ୍ଦ, ଅତି ପ୍ରବଳ ବର୍ଷା ସତର୍କତା ଜାରି

ମୟୁରଭଞ୍ଜ ଜିଲ୍ଲାରେ ସୋମବାର ସମସ୍ତ ସ୍କୁଲ ବନ୍ଦ, ଅତି ପ୍ରବଳ ବର୍ଷା ସତର୍କତା ଜାରି

ODISHA NEWS 1 month ago

ମୟୁରଭଞ୍ଜ, (୨୭/୦୭) : ଆପ୍ର : ମୟୁରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବାରୁ ସୋମବାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

IMDର ଜଗତସିଂପୁର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି । ୨୭ ଜୁଲାଇ ୨୦୨୬ ସୋମବାର ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷ୍ପତ୍ତି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରର ସମସ୍ତ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଜିଲ୍ଲାପାଳ ଏହି ଆଦେଶ ଜାରି କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS