ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୨୯/୮) : ରାୟଗଡ଼ା ଜିଲ୍ଲା ର ମୁନିଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ହୋଇଥିଲା ।
ଏହି ଅଭିଯୋଗ ଶୁଣାଣୀରେ ୭୫ ଜଣ ଅଭିଯୋଗ ଆସିଥିଲା ସେଥିରୁ ୩୯ ବ୍ୟକ୍ତିଗତ ହୋଇଥିବାବେଳେ ୧୮ ଜଣ ଗୋଷ୍ଠୀଗତ ଅଭିଯୋଗ ଶୁଣାଣୀ ହୋଇଥିଲା । ମୁନିଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦିଲ୍ଲୀପ କୁମାର ବେହେରା ଙ୍କ ନେତୃତ୍ୱରେ ଜିଲ୍ଲାପାଳ ସ୍ଵଧା ଦେବସିଂ ଙ୍କ ଉପସ୍ଥିତରେ ୫୭ ଜଣଙ୍କ ଅଭିଯୋଗ ଶୁଣାଣୀ ହୋଇଥିଲା ।
ଏହି ଜନ ଶୁଣାଣୀରେ ରାୟଗଡ଼ା ଜିଲ୍ଲା ର ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା, ଗୁଣୁପୁର ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ CDMO ଲାଲା ମୋହନ ରାଉତରାୟ, ସମସ୍ତ ସରକାରୀ ବିଭାଗୀୟ ଜିଲ୍ଲା ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ମୁନିଗୁଡା ରାଜସ୍ୱ ଅଧିକାରୀ ଦେବାଶିଷ ଗୌଡ, ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସଞ୍ଜୟ କୁମାର, ଜିଲ୍ଲା ବନଖଣ୍ଡ ଅଧିକାରୀ ଆର କାଲାଇ ବାନାନ, ବନପାଳ ମୁନିଗୁଡା ପ୍ରମଦିନି ମାଣ୍ଡାଙ୍ଗି, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଦୁଃଖିନୀ ନୁଡ୍ରୁକା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଆଦର୍ଶ କରକରିୟା, ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁ, ଅଭିଯୋଗ ଶୁଣାଣି ଉପସ୍ଥିତ ରହିଥିଲେ ଏବଂ ମୁନିଗୁଡା ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
No Internet connection |