ଗୋପ, (୨୮/୦୯) : ଆପ୍ର : ନିମାପଡାରେ ଗଣ ଦୁଷ୍କର୍ମ ଅଭିଯୋଗ । ୪ ଜଣଙ୍କୁ ଉଠାଇନେଲା ପୋଲିସ ।
ପୁରୀ ଜିଲ୍ଲା ନିମାପଡା କେନାଲ ରୋଡ଼ରେ ଥିବା ନନ୍ଦିନୀ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାପଡିଛି । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳର। ପୀଡିତାଙ୍କ ଅଭିଯୋଗ ଆନୁଯାୟୀ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱରରେ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ । ପରେ ସେ ନିମାପଡାର ନନ୍ଦିନୀ ଗେଷ୍ଟ ହାଉସରେ ଗତ ଏକ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ୮ତାରିଖରେ ଗେଷ୍ଟ ହାଉସରେ କାର୍ଯ୍ୟ କରୁଥିବା ରାଜା ସୁଶାନ୍ତ, ଅକ୍ଷୟ, ରମେଶ ଚନ୍ଦ୍ର ଦାସ ନାମକ ୪ଜଣ ବେକ୍ତି ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।
ପରବର୍ତ୍ତୀ ମୁହୂର୍ତ୍ତରେ ଖଣ୍ଡଗିରି ଥାନା ଅଭିଯୋଗକୁ ନିମାପଡା ଥାନାକୁ ହସ୍ତାନ୍ତର କରିଥିଲେ।

