ODISHA NEWS
ODISHA NEWS@odishanews

ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ସମରଝୋଲା ଶଙ୍କର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ

ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ସମରଝୋଲା ଶଙ୍କର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ
  • 70d
  • 22 shares

ରିପୋର୍ଟ : ନରତ୍ତମ ପାଢ଼ୀ 
ରାୟଗଡା, (୧୪/୦୧) : ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ସମରଝୋଲା ଶଙ୍କର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ନିର୍ବାଣ ଟ୍ରଷ୍ଟର ତତ୍ତ୍ୱାବଧାନରେ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଥିଲା ।

ରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଞ୍ଚାଡାଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଗତ ଡିସେମ୍ବର ମାସ ୧୨ ତାରିଖରେ ମୁନିଗୁଡା, ବିଷମକଟକ ଠାରେ ପୁର୍ବରୁ ଚକ୍ଷୁ ଅସ୍ତ୍ରୋପଚାର ହୋଇଥିବା ବୃଦ୍ଧବୃଦ୍ଧା ମାନଙ୍କୁ ଶଙ୍କର ଚିକିତ୍ସାଳୟ ସମରଝୋଲା ଚକ୍ଷୁ ପରିକ୍ଷା କେନ୍ଦ୍ରକୁ ଗାଡି ମାଧ୍ୟମରେ ପଠା ଯାଇ ଅସ୍ତ୍ରୋପଚାର କରାଯାଇଥିଲା । ନିର୍ବାଣ ଟ୍ରଷ୍ଟର ତତ୍ତ୍ୱାବଧାନରେ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଖିଳ ଭାରତୀୟ ସନ୍ତ ସମିତି ର ଓଡିଶା ପ୍ରାନ୍ତ ର  ସଙ୍ଘଠକ ମନ୍ତ୍ରୀ ଥତା ନିର୍ବାଣ ଟ୍ରଷ୍ଟ ର ଅଧ୍ୟକ୍ଷ ସ୍ୱାମୀ ନିର୍ବାଣନନ୍ଦ ଗିରି ଙ୍କ ପ୍ରତ୍ୟକ ତତ୍ବାବଧାନ ରେ  ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରା ଯାଇଥିଲା ।  .

କାର୍ଯ୍ୟକ୍ରମରେ ବରିଷ୍ଠ ସାମାଜ ସେବୀ ଦିଲିପ ପଟ୍ଟନାୟକ ଏବଂ ସୁବୋଧ ପ୍ରଧାନୀ ଉପସ୍ଥିତ ରହି ଦୃଷ୍ଟିହୀନ ରୋଗୀ ମାନଙ୍କ ଭଲମନ୍ଦ ପଚାରି ବୁଝି ସେମାନଙ୍କ ଘରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେବା ସହ ବୃକ୍ଷ ବିତରଣ ମଧ୍ୟ କରିଥିଲେ ।

No Internet connection

Link Copied