Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶା ଡ୍ରାଇଭର ମହାସଂଘର ଜିଲ୍ଲା ପ୍ରଶାସନକୁ ଦାବୀ ପତ୍ର ପ୍ରଦାନ

ଓଡ଼ିଶା ଡ୍ରାଇଭର ମହାସଂଘର ଜିଲ୍ଲା ପ୍ରଶାସନକୁ ଦାବୀ ପତ୍ର ପ୍ରଦାନ

ODISHA NEWS 3 months ago

ରାୟଗଡା, (11/06) : ଆପ୍ର : ଅଟୋ ଚାଳକ ସଂଘ ଏବଂ ଘରୋଇ ବୃଭିଗତ ଡ୍ରାଇଭର ମାନଙ୍କୁ କଲ୍ୟାଣ ବୋର୍ଡରେ ସାମିଲ କରିବା ସହିତ ଡ୍ରାଇଭର ମାନଙ୍କୁ ନିର୍ବାଚନରେ ନିଜ ମତଦାନ କରିବା ଅଧିକାର ପ୍ରଦାନ କରାଯାଉ। ଏହିଭଳି କିଛି ଦାବିକୁ ନେଇ ଓଡ଼ିଶା ଡ଼୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଏବଂ ଆରିଟିଓ ବିନୟ ପଲ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଏତଦ୍ ବ୍ୟତୀତ ରାୟଗଡା ବିଧାୟକ ଆପ୍ପାଲ୍ଲା ସ୍ୱାମୀ କାଡ୍ରାକା ଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରିବା ସହିତ ଲିଖିତ ଅଭିଯୋଗ କରିଛନ୍ତି। ଡ଼୍ରାଇଭର ମାନଙ୍କ ଅନେକ ସମସ୍ୟା ବିଷୟରେ ବାରମ୍ବାର ଜଣାଇବା ପରେ ମଧ୍ୟ ସମାଧାନ ହୋଇ ପାରୁନାହିଁ । ଆଗାମି ଦିନରେ ବାଧ୍ୟ ହୋଇ ଡ୍ରାଇଭର ସଂଘ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି କହିଛନ୍ତି ସଂଘ ।

ରାୟଗଡା ଜିଲ୍ଲାର ଡ୍ରାଇଭର, ଓଡିଶା ଡ୍ରାଇଭର ଏକତା ମହାମଞ୍ଚର ଜରିଆରେ ବିଗତ ଦିନ ମାନଙ୍କରେ ଓଡ଼ିଶା ମଟର ପରିବହନ ଡ୍ରାଇଭର କଲ୍ୟାଣ ବୋର୍ଡ, ପରିବହନ ମନ୍ତ୍ରୀ ଓ ପରିବହନ କମିଶନର ଏବଂ ଅଟୋ ଓ ବୃଭିଗତ ଘରୋଇ ଗାଡ଼ି ଡ୍ରାଇଭର ମାନଙ୍କୁ କଲ୍ୟାଣ ବୋର୍ଡରେ ସାମିଲ କରିବା ସହିତ ସମସ୍ତ ଡ୍ରାଇଭର ମାନଙ୍କ ସୋସିଆଲ ସିକ୍ୟୁରୀଟି ପ୍ରଦାନ ନେଇ ସରକାରଙ୍କୁ ବାରମ୍ବାର ଅବଗତ କରିଛନ୍ତି । ଏହା ସହିତ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିନି।ଏଣୁ ଓଡିଶା ଡ୍ରାଇଭର ସଂଘ୍, ଏକତା ମହାମଞ୍ଚ ତରଫରୁ ନିଷ୍ପତି ନିଆଯାଇଛି । ଆଗାମୀ ୯୦ଦିନ ମଧ୍ୟରେ ଡ୍ରାଇଭର ମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ବାଧ୍ୟ ହୋଇ ସମଗ୍ର ଡ୍ରାଇଭର ସଂଘ ଅସନ୍ତୋଷ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ପାଇଁ ବାଧ୍ଯ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ରାୟଗଡ଼ ଜିଲ୍ଲା ସମ୍ପାଦକ ବିରେନ୍ଦ୍ର ପ୍ରସାଦ ତୁରୁକ୍ ସୂଚନା ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS