ରାୟଗଡା, (୧୫/୦୬) : ଆପ୍ର : ରାୟଗଡା ସହର ମେନ୍ ରୋଡ଼ରେ ଚାଲିଥିବା ଗ୍ରାମ ଦେବୀଙ୍କ ଘଣ୍ଟ ପର୍ବ ପାଳନ ଶେଷ ଦିନ ୫୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଦେଖିବାକୁ ମିଳିଛି ।
ଚଳିତ ମାସ ୦୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ୟ୍ୟନ୍ତ ଚାଲିଥିବା ଗ୍ରାମଦେବୀଙ୍କ ଘଣ୍ଟ ପର୍ବ ପାଳନ ହୋଇଛି । ଶେଷ ଦିନରେ ପ୍ରାତଃ ୦୪ଟା ସମୟରେ ମା ମଝିଘରିଆଣୀଙ୍କ ଘଣ୍ଟ ବିସର୍ଜନ। ସକାଳ ୦୭ଟା ବେଳକୁ ମା ସାତ ଭଉଣୀଙ୍କ ଘଣ୍ଟ ବିସର୍ଜନ ହୋଇଥିଲା। ସକାଳ ୦୯ ଟା ବେଳକୁ ପୂଜକ ଅଗ୍ନି ଉପରେ ଚାଲିବା ସହିତ ଗ୍ରାମ ଦେବୀଙ୍କ ଘଣ୍ଟ ବିସର୍ଜନ ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଜନ ସମୁଦ୍ର ଦେଖିବକୁ ମିଳିଛି । ଏହି ପର୍ବ ପାଳନରେ ଦେଵୀ ଦେବତାଙ୍କ ପ୍ରତି ଥିବା ଶ୍ରଦ୍ଧା, ବିଶ୍ୱାସ ଓ ଭକ୍ତିଭାବକୁ ଉଜାଗର କରିଛି ବୋଲି କହିଛନ୍ତି ପୂଜକ ପୁରୁଷତ୍ତମ ଦଳପତି । .
ମା ଗ୍ରାମ ଦେବୀଙ୍କ ଘଣ୍ଟ ବିସର୍ଜନ ହଜାର ହଜାର ଭକ୍ତଙ୍କ ଗହଣରେ କଡ଼ା ସୁରକ୍ଷା ମଧ୍ୟରେ କରାଯାଇଛି ବୋଲି କମିଟି ସଭାପତି ଶ୍ରୀନିବାସ ନାଇଡୁ ଏବଂ ଉପ ସଭାପତି ୟେଦ୍ଦୁ ଶ୍ରୀହରି ରାଓ କହିଛନ୍ତି।
ହଜାର ହଜାର ଭକ୍ତଙ୍କ ସମାଗମକୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଟାଉନ୍ ଥାନା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି କହିଛନ୍ତି k.ଶ୍ରୀନିବାସ, k.ସାରଥୀ ଲାଲ୍, p.ଉମା ଶଙ୍କର, ପି.ବିଜୟ । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ୧୯ତାରିଖ ସୁକୃବାର ଦିନ ପ୍ରାୟ ପାଞ୍ଚ ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରଯାଇଛି ବୋଲି କହିଛନ୍ତି ଗ୍ରାମଦେବୀ ପରିଚାଳନା କମିଟି ।
ପ୍ରଥମରୁ ଶେଷ ଦିନ ପର୍ଯ୍ୟନ୍ତ ପର୍ବ ପାଳନର ପ୍ରତ୍ୟେକ ମୁହୂର୍ତ୍ତକୁ ନିଜ କ୍ୟାମେରାରେ ସୁଟିଂ କରି ଲୋକ ଲୋଚନକୁ ଆଣିବାରେ ସୁରେଶ କୁମାର ଫୋଟ ଗ୍ରାଫି ସମ୍ପୂର୍ଣ୍ଣ ଦାୟିତ୍ବ ସମ୍ପାଦନ କରିଛନ୍ତି ବୋଲି କମିଟି ପକ୍ଷରୁ ଧନ୍ୟବାଦ୍ ଜଣାଇଛନ୍ତି ପି ଶ୍ରୀନିବାସ ନାଇଡୁ ।

