ନୂଆଦିଲ୍ଲୀ, (୨୪/୦୬) : ଆପ୍ର : ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମା ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।
ରୋହିତ ସମ୍ମାନ ଗ୍ରହଣ କରିବା ସମୟରେ ପତ୍ନି ରିତିକା ସଜଦେହ ଭାବୁକ ହୋଇପଡିଥିଲେ । ଆଉ ଏହାକୁ ଦେଖି ଫ୍ୟାନ୍ସ ମଧ୍ୟ ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ସମାରୋହ ସମୟରେ ରୋହିତଙ୍କ ନାମ ଡକାଯିବା ସମୟରେ କେବଳ ରୋହିତ ନୁହେଁ ବରଂ ତାଙ୍କ ପତ୍ନୀଙ୍କ ଉପରେ ସମସ୍ତଙ୍କ ନଜର ଯାଇଥିଲା । ଭାଇରଲ ହେଉଥିବା ଭିଡିଓରେ ରିତିକାଙ୍କ ଖୁସି ଏବଂ ଗର୍ବ ଦେଖିବାକୁ ମିଳିଛି । ରୋହିତଙ୍କ ନାମ ଘୋଷଣା ହେବା ସମୟରେ ରିତିକା ହସି ଦେଇ ତାଳିମାରିଥିଲେ । ଏହି ସମୟରେ ରିତିକା ଭାବୁକ ହୋଇପଡିଥିଲେ ।
ରୋହିତ ପଦ୍ମଶ୍ରୀ ଗ୍ରହଣ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଯିବା ସମୟରେ ରିତିକା ତୁରନ୍ତ ସିଟରୁ ଉଠିପଡି ସମ୍ମାନପୂର୍ବକ ତାଳି ବଜାଇ ରୋହିତଙ୍କ ଉତ୍ସାହ ବଢାଇଥିଲେ ।

