ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୫/୦୧) : ପାନୀୟଜଳ ଯୋଗାଣ ସମସ୍ୟା ସମାଧାନ ନ ହେବରୁ ମଙ୍ଗଳବାର ବୀରମହାରାଜପୁର - ଅମରପାଲି ରାସ୍ତାର ହିଲୁଙ୍ଗ ଛକ ନିକଟରେ ମହିଳାମାନେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି ।
ପୂର୍ବାହ୍ନ ୧୦ ଘଣ୍ଟା ସମୟରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ରାସ୍ତା ଉପରେ ଗରା ବାଲଟି ଥୋଇ ରାସ୍ତା ଅବରୋଧ କରିଥିଲେ । ସୁଚନାଯୋଗ୍ୟ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତର ସଦର ଟିକରାସାହିରେ ପ୍ରାୟ ୪୦ ପରିବାର ବସବାସ କରନ୍ତି । ହିଲୁଙ୍ଗ ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପରୁ ଜଳ ଯୋଗାଣ ହେଉଥିଲେ ମଧ୍ୟ ଆଜିକୁ ପ୍ରାୟ ୫ ବର୍ଷ ହେବା ଟିକିରାସାହିକୁ ଜଳ ଯୋଗାଣ ହେଉ ନାହିଁ । ଉକ୍ତ ସାହିକୁ ଲାଗିଥିବା ପାଇପ ଫାଟି ଯିବା ସହିତ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ମଧ୍ୟ ଭାଙ୍ଗି ଯାଇଛି ।
No Internet connection |