Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାରିବାରିକ କଳହରୁ କୀଟନାଶକ ଖାଇ ଆତ୍ମହତ୍ୟା

ପାରିବାରିକ କଳହରୁ କୀଟନାଶକ ଖାଇ ଆତ୍ମହତ୍ୟା

ODISHA NEWS 4 months ago

ପାଟଣା, (୧୬/୦୬) : ଆପ୍ର : ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ଅଞ୍ଚଳ ଛତିଆ ଗ୍ରାମର ଘନଶ୍ୟାମ ମୁଣ୍ଡା(୩୦)କୀଟନାଶକ ଖାଇ ମୃତ୍ୟୁବରଣ କରିଛନ୍ତି । 

ଘନଶ୍ୟାମଙ୍କ ଘର ହାତୀ ଭାଙ୍ଗି ଦେଇଥିବାରୁ ସେ ପତ୍ନୀ ଓ ୩ ପିଲାଙ୍କୁ ନେଇ ଶଶୂର ଘର କାଶିବେଡା ଗ୍ରାମରେ ରହୁଥିଲେ । ଗତକାଲି ରାତି କୌଣସି କାରଣକୁ ନେଇ ପାରିବାରିକ କଳହ ପରେ ମାନସିକ ଭାରସାମ୍ୟ ହରାଇ ଘନଶ୍ୟାମ କୀଟନାଶକ ଖାଇ ଗୁରୁତର ହୋଇଥିଲେ । ପ୍ରଥମେ ତାକୁ ଘଟଗାଁ ଓ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲେ ହେଁ ସେଠାରେ ସେ ପ୍ରାଣ ହରାଇଛନ୍ତି । ଘଟଗାଁ ଥାନା ଅପମୃତ୍ୟୁ ମାମଲା ୩୦/୨୦୨୬ ମୂଳେ ଏ ଏସ ଆଇ ବ୍ୟାସଦେବ ନିର୍ଦ୍ଦା ଆଜି ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS