Dailyhunt
ପ୍ଲାଟଫର୍ମରେ ଓଲ୍ହାଇବା ବଡ଼ କଷ୍ଟ

ପ୍ଲାଟଫର୍ମରେ ଓଲ୍ହାଇବା ବଡ଼ କଷ୍ଟ

ODISHA NEWS 3 years ago

ରିପୋର୍ଟ : ପ୍ରଣତି ସାବତ 
କାଶୀନଗର, (୧୮/୦୮) : ପ୍ଲାଟଫର୍ମରେ ଟ୍ରେନ ନ ଲାଗିବା ଯୋଗୁଁ ପୁରୀ-ଗୁଣୁପୁର ରେଳ ଗାଡି, ବିଶାଖା-ଗୁଣୁପୁର ରେଳ ଗାଡି ରୁ ଓଲ୍ହାଇବା ବଡ଼ କଷ୍ଟ ହୋଇପଡୁଥିବାରୁ ଯାତ୍ରୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

ପ୍ରକାଶ ଥାଉ କି ଇଷ୍ଟ କୋଷ୍ଟ ରେଳବାଇ ତରଫରୁ ଚାଲୁ ହେଉଥିବା ପୁରୀ-ଗୁଣୁପୁର ରେଳ ଗାଡି ଓ ବିଶାଖା-ଗୁଣୁପୁର ଟ୍ରେନ ରୁ ଗୁଣୁପୁର ଷ୍ଟେସନରୁ ଓଲ୍ହାଇବା ବଡ କଷ୍ଟ କାରଣ ଏହି ଦୁଇଟି ଟ୍ରେନ ଗୁଣୁପୁରରେ ପ୍ଲାଟଫର୍ମରେ ନ ଲାଗି ଦ୍ଵିତୀୟ ଟ୍ରେକରେ ରଖି ଦେବା ଯୋଗୁଁ କୋଚ ରୁ ତଳକୁ ପ୍ରାୟ ୧୦ ଫୁଟ ଓଲ୍ହାଇବାକୁ ପଡ଼େ । ଛୋଟ ପିଲା, ବୃଦ୍ଧ, ବୃଦ୍ଧା ମାନେ ଓଲ୍ହାଇବା କଷ୍ଟ ହେଉଛି । ଏଣୁ ରେଳବାଇ କର୍ତ୍ତୃପକ୍ଷ ଟ୍ରେନ କୁ ପ୍ଲାଟଫର୍ମରେ ଲଗାନ୍ତୁ ନଚେତ ଅଲଗା କୌଣସି ବ୍ୟବସ୍ଥା କରିବାକୁ ଯାତ୍ରୀ ଓ ସାଧାରଣ ଲୋକ ଦାବୀ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS