ରିପୋର୍ଟ :ଜଗଦୀଶ ଦାଶ ରାଇକିଆ, (୧୫/୦୨) : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ସାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ଉଦ୍ଦେଶ୍ୟ ରେ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓ ବହୁ ସଂଖ୍ୟାରେ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମହମ୍ବତୀଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ଶେଖର ଦିଗାଲ, ଡାଇରେକ୍ଟର ସୁଶିଲ ପ୍ରଧାନ, ରାଇକିଆ ଶାଖା ସଭାପତି ବିଟୁ ଦିଗାଲ, ମୁଖପାତ୍ର ରୋସନ ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିବା ବେଳେ ପୁର୍ବତନ ସେନା କର୍ମଚାରୀମାନେ ସାମିଲ ହୋଇଥିଲେ।