Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ରାଇକିଆରେ

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ରାଇକିଆରେ

ODISHA NEWS 1 year ago

ରିପୋର୍ଟ :ଜଗଦୀଶ ଦାଶ  
ରାଇକିଆ, (୧୫/୦୨) : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ସାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । 

ଏହି ଉଦ୍ଦେଶ୍ୟ ରେ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓ ବହୁ ସଂଖ୍ୟାରେ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମହମ୍‌ବତୀଧରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ଶେଖର ଦିଗାଲ, ଡାଇରେକ୍ଟର ସୁଶିଲ ପ୍ରଧାନ, ରାଇକିଆ ଶାଖା ସଭାପତି ବିଟୁ ଦିଗାଲ, ମୁଖପାତ୍ର ରୋସନ ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିବା ବେଳେ ପୁର୍ବତନ ସେନା କର୍ମଚାରୀମାନେ ସାମିଲ ହୋଇଥିଲେ।

୨୦୧୯ ଫେବୃଆରୀ ୧୪ ରେ ଆତଙ୍କବାଦୀ ଆକ୍ରମଣରେ ପୁଲୱାମାଠାରେ ଭାରତ ସେନାବାହିନୀ ର ୪୦ ଜଣ ସହିଦ ହୋଇଥିଲେ । ଏହି ଦିବସକୁ ସ୍ମୁତି ଚାରଣ ପାଇଁ ଏହାକୁ କଳା ଦିବସ ରୂପେ ପାଳନ କରାଯାଉଛି । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS