Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଣି ଖୋଲିବ ଜନ ଶୁଣାଣି ଦରବାର, ଜୁନ୍ ୧ରେ ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ

ପୁଣି ଖୋଲିବ ଜନ ଶୁଣାଣି ଦରବାର, ଜୁନ୍ ୧ରେ ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ

ODISHA NEWS 3 months ago

ଭୁବନେଶ୍ୱର, (୩୦/୦୫) : ଆପ୍ର : ପୁଣି ଥରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ଆସନ୍ତା ଜୁନ୍ ୧ ତାରିଖ ସୋମବାର ସକାଳ ୮ଟାରେ ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜନ ଶୁଣାଣି ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ସିଧାସଳଖ ଭାବେ ନିଜର ସମସ୍ୟା, ଅଭିଯୋଗ ଓ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିପାରିବେ । 

ବିଶେଷ କଥା ହେଉଛି, ଗତ ଏପ୍ରିଲ ୨୭ ତାରିଖରେ ହେବାକୁ ଥିବା ଜନ ଶୁଣାଣି ପାଇଁ ଯେଉଁ ଆବେଦନକାରୀମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ, ସେମାନେ ଜୁନ୍ ୧ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନିଜ ଅଭିଯୋଗ ରଖିପାରିବେ ।

ଏଥିପାଇଁ ସେମାନଙ୍କୁ ପୁନର୍ବାର ପଞ୍ଜିକରଣ କରିବାକୁ ପଡ଼ିବ ନାହିଁ ବୋଲି CMO ସ୍ପଷ୍ଟ କରିଛି । ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ସରକାରଙ୍କ ସହ ସାଧାରଣ ଜନତାଙ୍କ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS