Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀରେ ପହଁଚିଲା ରଥ ଦଉଡ଼ି

ODISHA NEWS 4 months ago

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୨୮ଟି ଦଉଡ଼ି ଆସିଛି । 

ଓଡ଼ିଶା କତା ନିଗମ ପକ୍ଷରୁ ଏହି ଦଉଡ଼ି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ରଥ ଦଉଡ଼ିର ଲମ୍ବ ୨୨୦ଫୁଟ ବା ୬୭ ମିଟର  ଓ ଗୋଲେଇ ୮ ଇଞ୍ଚ । ପ୍ରତ୍ୟେକ ରଥରେ ଲାଗିଥାଏ ୪ଟି ଲେଖାଏଁ ଦଉଡ଼ି ଏବଂ ଅତିରିକ୍ତ ଥାଏ ଦୁଇଟି ଲେଖାଏଁ ଦଉଡ଼ି । ଆଉ ଦୁଇଟି ରଥ ଦଉଡି଼ ପ୍ରଶାସନ ମହଜୁଦ ରଖିଛି ।ସେପଟେ ରଥ ଖଳାରେ ରଥ କାର୍ଯ୍ୟ ଆଗେଇ ଚାଲିଛି । ବିଶ୍ଵକର୍ମାଙ୍କଠାରୁ ଆରମ୍ଭ କରି ଭୋଇ, ରୂପକାର ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ କାମ ଜାରି ରଖିଛନ୍ତି । ତିନି ରଥର ଦଉଡ଼ିର ନାମ ସ୍ୱତନ୍ତ୍ର ରହିଥାଏ ।

ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦଉଡ଼ିର ନାମ ଶଙ୍ଖଚୂଡ଼ । ବଡ଼ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡ଼ି ନାମ ବାସୁକୀ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳର ରଥର  ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼ । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS