Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଇକିଆ ବ୍ଲକ ସ୍ତରୀୟ ସମଗ୍ର ଶିକ୍ଷା ଅଭିଯାନର ସାମାଜିକ ସମୀକ୍ଷା ଶୁଣାଣୀ ଅନୁଷ୍ଠିତ

ରାଇକିଆ ବ୍ଲକ ସ୍ତରୀୟ ସମଗ୍ର ଶିକ୍ଷା ଅଭିଯାନର ସାମାଜିକ ସମୀକ୍ଷା ଶୁଣାଣୀ ଅନୁଷ୍ଠିତ

ODISHA NEWS 1 month ago

ରାଇକିଆ, (୨୩/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ବ୍ଲକ ସ୍ତରୀୟ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ର ସାମାଜିକ ସମୀକ୍ଷା ଶୁଣାଣୀ ସ୍ଥାନୀୟ ରାଇକିଆ ପ୍ରାଥମିକ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା ଏବଂ ମୂଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦିବ୍ୟ ସିଂହ କହଁର ଯୋଗ ଦେଇଥିଲେ ଏବଂ ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶ୍ରେଣୀଗୃହ ମରାମତି, ପାଚେରୀ ନିର୍ମାଣ, ପାଇଖାନା ନିର୍ମାଣ, ଜଳ ଯୋଗାଣ ବ୍ୟବସ୍ଥା,ଭୋଜନାଳୟ ନିର୍ମାଣ ଇତ୍ୟାଦି ତିଆରି ପାଇଁ ଗ୍ରାମର ପଲ୍ଲୀସଭା ରେ ପ୍ରସ୍ତାବ ରଖି ପଞ୍ଚାୟତ ଗ୍ରାମ ସଭାରେ ଅନୁମୋଦନ କରି ବ୍ଲକ ପ୍ରଶାସନକୁ ଦେଲେ ପାଣ୍ଠି ମଞ୍ଜୁର କରାଯାଇ ବିଦ୍ୟାଳୟ ଗୁଡିକର ଉନ୍ନତୀ ହୋଇପାରିବ ବୋଲି ଏବିଡିଓ ଜଣାଇଥିଲେ ।  .

ପୁଣି ଏହି କ୍ରମରେ ରାଇକିଆ ବ୍ଲକର ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟକ୍ରମର ସାମଜିକ ସମୀକ୍ଷା ସଂଯୋଜକ ଧର୍ମେଶ ମଲିକ ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ବାବଦରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଗୁଡ଼ିକ ସହ ରହିଥିବା ସମସ୍ୟାମାନ କ୍ରମାନୁସାରେ ଗୋଟି ଗୋଟି କରି ସଂମ୍ପୃକ୍ତ ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ମତାମତ ନେଇ ସମୀକ୍ଷା କରିଥିଲେ ।  .

ଏହି ବ୍ଲକ ସ୍ତରୀୟ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ସାମଜିକ ସମୀକ୍ଷା ଶୁଣାଣି ଅବସରରେ ବ୍ଲକର ୨୯ ଗୋଟି ପ୍ରାଥମିକ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ , ପ୍ରତି ବିଦ୍ୟାଳୟ ଗୁଡିକରୁ ଦୁଇଜଣ ଲେଖାଏଁ ପରିଚାଳନା କମିଟି ସଦସ୍ୟ ଏବଂ ବ୍ଲକର ଦଶ ଗୋଟି କ୍ଲଷ୍ଟର ରୁ ୧୦ ଜଣ କ୍ଲଷ୍ଟର ସଂଯୋଜକ ମାନେ ଯୋଗ ଦେଇଥିଲେ, ରାଇକିଆ ସଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ପ୍ରଧାନ ଆୟୋଜନରେ ସହଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS