ରାଇକିଆ, (୨୫/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ସହରର ଓ ବିଭିନ୍ନ ମୁଖ୍ୟ ରାସ୍ତାରେ ବୁଲା ଗାଈଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ରାସ୍ତା ମଝିରେ ଗାଈମାନେ ଦୀର୍ଘ ସମୟ ଧରି ଶୋଇ ରହୁଥିବାରୁ ଯାତାୟାତ ବ୍ୟାହତ ହେଉଥିବା ସହ ସଡ଼କ ଦୁର୍ଘଟଣାମଧ୍ୟ ଘଟୁଛି । ଏଥିରେ ଯାନଚାଳକ ଆହତ ହେବା ସହ ଅନେକ ସମୟରେ ଗାଈମାନଙ୍କର ମଧ୍ୟ ଜୀବନ ହାନି ଘଟୁଛି । ସହରରେ ଏହି ସମସ୍ୟାକୁ ନେଇ ରାସ୍ତାରେବହୁ ସମସ୍ୟା।ଓ ବିଶେଷକରି ସନ୍ଧ୍ୟା ଓ ରାତ୍ରି ସମୟରେ ରାସ୍ତା ମଝିରେ ଗାଈମାନେ ଶୋଇ ରହୁଥିବାରୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଚାଳକମାନେ ସେମାନଙ୍କୁ ଠିକ୍ ସମୟରେ ଦେଖିପାରୁ ନାହାନ୍ତି । ଫଳରେ ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନଯଦି କଠୋର ପଦକ୍ଷେପ ନେଲେ ଭଲ ହୁଅନ୍ତା ।

