Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଇକିଆ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା ସମ୍ମୁଖରେ କୃତ୍ରିମ ପୋଖରୀ, ଦୁର୍ଦ୍ଦଶାରେ ରୋଗୀ ଓ ସାଧାରଣ ଲୋକ

ରାଇକିଆ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା ସମ୍ମୁଖରେ କୃତ୍ରିମ ପୋଖରୀ, ଦୁର୍ଦ୍ଦଶାରେ ରୋଗୀ ଓ ସାଧାରଣ ଲୋକ

ODISHA NEWS 1 month ago

ରାଇକିଆ, (୨୩/୦୭) : ଆପ୍ର : କନ୍ଧମାଳ ଜିଲ୍ଲାର ରାଇକିଆ ଉପ-ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ରାସ୍ତା ସମ୍ମୁଖରେ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ବର୍ଷା ପାଣି ଜମି ଏକ କୃତ୍ରିମ ପୋଖରୀର ରୂପ ହେଇଛି ।  

ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଉନଥିବା ହେଉଛି । ପ୍ରତିଦିନ ଶହ ଶହ ରୋଗୀ, ସେମାନଙ୍କ ସମ୍ପର୍କୀୟ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ଛୋଟ ଶିଶୁ ସ୍ୱାସ୍ଥ୍ୟସେବା ପାଇଁ ଏହି କେନ୍ଦ୍ରକୁ ଆସୁଛନ୍ତି । କିନ୍ତୁ ମୁଖ୍ୟ ରାସ୍ତା ସମ୍ମୁଖରେ ଜମି ରହୁଥିବା ବର୍ଷା ପାଣି ଓ କାଦୁଅ ଯୋଗୁଁ ରୋଗୀ ଓ ସାଧାରଣ ଲୋକଙ୍କୁ  ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି ।

ଏପରିକି କାଦୁଅରେ ପାଦ ଖସି ଲୋକମାନେ ପଡ଼ିଯିବାର ଆଶଙ୍କା ମଧ୍ୟ ହୋଇଛି ।

ଲୋକଙ୍କ କହିବା ଅନୁସାରେ, ବର୍ଷା ହେଲେ ଏହି ସ୍ଥାନରେ ପାଣି ଜମି ଦିନ ଦିନ ଧରି ରହୁଛି । ଫଳରେ ଆମ୍ବୁଲାନ୍ସ ସମେତ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି ।  ଜରୁରୀ ସମୟରେ ଯାନବାହନ ଚଳାଚଳ କରିବା ବେଳେ କାଦୁଅ ପାଣି ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଛିଟିକି ପଡ଼ୁଥିବା ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟସେବା ଯୋଗାଯାଉଥିବା ଏକ ପ୍ରମୁଖ ସ୍ଥାନର ପ୍ରବେଶ ପଥ ଏପରି ଦୟନୀୟ ଅବସ୍ଥାରେ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ କହିବା କଥା ମରାମତି କରି ରାସ୍ତାକୁ ସମତଳ କରିବା ସହ ପାଣି ଜମା ସମସ୍ୟାର ସ୍ଥାୟୀ ସମାଧାନ କରିବାକଥା ।

ଏବେ ଦେଖିବାକୁ ବାକି ରହିଲା, ଏହି ଗୁରୁତର ସମସ୍ୟା ପ୍ରତି ସମ୍ପୃକ୍ତ ପ୍ରଶାସନ କେବେ ଦୃଷ୍ଟି ଦେଉଛନ୍ତି ଏବଂ ରୋଗୀ ଓ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାର ସ୍ଥାୟୀ ସମାଧାନ କେବେ କରୁଛନ୍ତି । ଏହି ରାସ୍ତା ଦେଇ ବହୁ ଅଫିସର୍ ମାନେ ଯିବା ଆସିବା କରନ୍ତି କିନ୍ତୁ ଏହା କାହା ନଜର ପଡି ପାରୁ ନାହିଁ ବୋଧେ  ଏହି ରାସ୍ତା କାର୍ଯ୍ୟ ପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାହା କେଉଁ କାମ ରେ ଆସୁ ନାହିଁ । କାମ କମ ହେଉ କିନ୍ତୁ ପକେଟଫୁଲ୍ ହେଉ ଭାବିବା କଥା ସରକାର ସବୁ କିଛି କାର୍ଯ୍ୟ ପାଇଁ ସବୁ ଅଫିସ୍ ଗୁଡ଼ିକକୁ ବହୁ ଟଙ୍କା ଖର୍ଚ୍ଚ କରିବାକୁ ଦିଆ ଯାଇଥାଏ କିନ୍ତୁ ତାହା କାମ କରିବା ପାଇଁ କମ୍ ହୋଇ ଯାଇଥାଏ ବୋଧେ । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS