ରାୟଗଡା, (୦୯/୦୬) : ଆପ୍ର : ରଜ କ୍ୱିନ ୨୦୨୬, ସିଜନ୍-୦୨ ରାୟଗଡ଼ ସହରରେ ଥିବା ବଂଶୀକ୍ରିଷ୍ଣା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଦେବରାଜ୍ ଟାକରି, ଆୟୋଜକ ନୃସିଂହ ବାହିନୀପତି, ଆଲବମ୍ ହିରୋ ପ୍ରୀତମ କୁମାର ପାଣି ଏବଂ ଇସାକ୍ ରାଜ୍, ବାମସି ମଧୁବାଣି ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସବ୍ ଜୁନିୟର, ଜୁନିୟର ଏବଂ ସିନିୟର୍ ଗ୍ରୁପ୍ କୁ ନେ଼ଇ ରୋଜ କ୍ୱିନ ସିଜନ୍- ୨ ଆରମ୍ଭ ହୋଇଥିଲା । ରାୟଗଡା ଜିଲ୍ଲାର ପ୍ରାୟ ୪୦ ରୁ ୫୦ ଜଣ ଝିଓ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତା ନିୟମ ଅନୁସାରେ ଯେ କୌଣସି ପ୍ରତିଦ୍ୱନ୍ଦୀ ୫ ଟି ପ୍ରତିଯୋଗିତାରୁ ମାତ୍ର ତିନୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । .
ଏହି କ୍ରମରେ ଝୋଟି, ମେହେନ୍ଦି, ପୋଡପିଠା, ନାଚ ଓ ଗୀତ ପ୍ରତିଯୋଗିତା ହୋଇଥିଲା।
ମଞ୍ଚ ପରିଚାଳନା ଅଞ୍ଜଳି ପଣ୍ଡା ଏବଂ ଇନ୍ଦୁ ହୁଇକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

