Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜଧାନୀରେ ଲଜ୍ଜା, ହୋଟେଲ ଭିତରେ ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ

ରାଜଧାନୀରେ ଲଜ୍ଜା, ହୋଟେଲ ଭିତରେ ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ

ODISHA NEWS 1 month ago

ଭୁବନେଶ୍ୱର, (୨୭/୦୬) : ଆପ୍ର : ରାଜଧାନୀରେ ଲଜ୍ଜା । ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ । ହୋଟେଲ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । 

ବନ୍ଧା ହେଲା ହୋଟେଲ ମ୍ୟାନେଜର । ରାଜ୍ୟ ବାହାରର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲା ହୋଟେଲ ମ୍ୟାନେଜର ଜୟନ୍ତ କୁମାର ନାୟକ । ଗିରଫ କଲା କମିଶନରେଟ୍ ପୋଲିସ୍ ।  ଭରତପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଜିଏ କଲୋନିରେ ଥିବା ଏକ ହୋଟେଲରେ ଦୁଷ୍କର୍ମ ଉଦ୍ୟମ ହୋଇଥିଲା । ବେଙ୍ଗଲରୁ ଆସିଥିବା ଜଣେ ମହିଳା ଗ୍ରାହାକ ଅସୁସ୍ଥ ଥିବା ନେଇ ରିସେପ୍ସନକୁ ଫୋନ୍ ଆସିଥାଲା । ଏହି ସୁଯୋଗରେ ଗେଷ୍ଟ ରୁମରେ ପହଂଚିଥିଲେ ମ୍ୟାନେଜର । ଏକୁଟିଆ ଦେଖି ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ପୋଲିସକୁ ଫୋନ୍ କରି ସୂଚନା ଦେଇଥିଲେ ।

ଘଟଣା ଘଟାଇ ହୋଟେଲରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ମ୍ୟାନେଜର । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି ପୋଲିସ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS