Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜଧାନୀରେ ମାତିଛି ମୋବାଇଲ ଲୁଟେରା ଗ୍ୟାଙ୍ଗ

ରାଜଧାନୀରେ ମାତିଛି ମୋବାଇଲ ଲୁଟେରା ଗ୍ୟାଙ୍ଗ

ODISHA NEWS 3 months ago

ଭୁବନେଶ୍ବର, (୨୯/୦୫) : ଆପ୍ର : ରାଜଧାନୀରେ ଦେଖାଦେଇଛି ଲୁଟେରା ଗ୍ୟାଙ୍ଗ । ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ । ରାଜଧାନୀରେ ମାତିଛି ମୋବାଇଲ ଲୁଟେରା ଗ୍ୟାଙ୍ଗ । 

ବନ୍ଧୁକ ଦେଖାଇ ମହିଳାଙ୍କ ଠାରୁ ମୋବାଇଲ ଲୁଟ ଉଦ୍ୟମ । ବରମୁଣ୍ଡା ଓଭରବ୍ରିଜ ତଳେ ଘଟଣା ଘଟିଥିଲା । ଲୁଟେରା ଜଣକ ମହିଳାଙ୍କ ଠାରୁ ମୋବାଇଲ ଛଡାଇ ନେଇ ଛୁ’ ମାରୁଥିବା ବେଳେ କାବୁ କଲେ ଲୋକେ । ପରେ ସ୍ଥାନୀୟ ଲୋକେ ତାକୁ ପୋଲିସ ହାତରେ ତାକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ପାଖରୁ ଏକାଥରେ ୧୯ଟି ମୋବାଇଲ ଜବତ ହୋଇଥିଲା ।  ଏହି ଘଟଣା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଲୁଟେରା ଜଣକ ବସ୍ ଓ ବସ୍ ଷ୍ଟାଣ୍ଡକୁ ଟାର୍ଗେଟ କରୁଥିଲା ।  ଅଭିଯୁକ୍ତର କ୍ରାଇମ ହିଷ୍ଟ୍ରି, ପୂର୍ବ ରେକର୍ଡ ଓ ଗ୍ୟାଙ୍ଗ ଲିଙ୍କକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS