Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ

ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ

ODISHA NEWS 1 month ago

ସୁବର୍ଣ୍ଣପୁର, (୨୨/୦୭) : ଆପ୍ର : ରାଜ୍ୟର ବେସରକାରୀ  ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା ଦେବାକୁ ମହାବିଦ୍ୟାଳୟ ଅସମର୍ଥ ହୋଇପଡ଼ିଛି ।

ତେଣୁ ଏହି ଅଧ୍ୟାପକ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରଭୁକ୍ତ କରିବା ଜରୁରି ହୋଇପଡ଼ିଛି ବୋଳି  ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହେଉଥିଲା । ତେବେ ସରକାର ସେମାନଙ୍କ ଦାବି ଶୁଣୁ ନ ଥିବାରୁ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ  ସୁବର୍ଣ୍ଣପୁର ଜିଲ୍ଲା ସଂଘ ପକ୍ଷରୁ ପ୍ରଦାନ କରାଯାଇଛି । 

ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ସଙ୍ଘର ସେମାନଙ୍କ ଦାବି ପୂରଣ ନ କଲେ ବହୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଆଗାମୀ ଦିନରେ ଆନ୍ଦୋଳନ କରା‌ଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଉକ୍ତ ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ବେସରକାରୀ ଅଧ୍ୟାପକ ଅ କର୍ମଚାରୀ ସଙ୍ଘର ଜିଲ୍ଲା  ସଂଯୋଜକ ଅଧ୍ୟାପକ ଉଦ୍ଧବ ପଧାନ, ବିଶ୍ୱନାଥ ମିଶ୍ର, ସୁଶାନ୍ତ ଦେହୁରୀ, ସନ୍ତୋଷିନୀ ନାୟକ, ବାଳମକୁନ୍ଦ ବାରିକ, ରାଜୀବ ମହାପାତ୍ର, ଶରତ କହ୍ନର, ସନ୍ଧ୍ୟାଦୀପା ଗୁରୁ, ଭୁବନେଶ୍ୱର ବେହେରା ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS