Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି,୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି,୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

ODISHA NEWS 3 months ago

ଭୁବନେଶ୍ଵର, (୦୯/୦୬) : ଆପ୍ର : ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି । 

ଏଥିରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଜଳ ସମ୍ପଦ,ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼ ଘୋଷଣା କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ନେଇସୂଚନା ଦେଇଛନ୍ତି । କ୍ୟାବିନେଟରେ ସହରାଞ୍ଚଳ ଜଳତଟ ଯୋଜନାକୁ ମଞ୍ଜୁରୀ ମିଳିଛି । ଜଳତଟ ବିକାଶ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି ମନୋନୀତ ସହରଗୁଡିକରେ ନଦୀତଟ ଏବଂ ସହରାଞ୍ଚଳ ଜଳଭଣ୍ଡାରଗୁଡିକ ପୁନର୍ଜୀବିତ କରିବା । 

ସେମାନଙ୍କୁ ସୁଗମ ଏବଂ ପରିବେଗତ ଭାବେ ସ୍ଥାୟୀ ସାର୍ବଜନୀନ ସ୍ଥାନରେ ପରିଣତ କରିବା ।

ପର୍ଯ୍ୟଟନ, ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ସ୍ଥାନୀୟ ଆର୍ଥିତ ବିକାଶକୁ ପ୍ରୋତ୍ସାହିତ କରିବା । ଏହି ଅନୁମୋଦନ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୌରସଂସ୍ଥା ସହିତ ସହଯୋଗରେ ଯୋଜନାର ବ୍ୟାପକ ଯୋଜନା କାର୍ଯ୍ୟାନ୍ବୟନ କରିବାକୁ ଅନୁମତି ମିଳିଛି। ସେହିପରି ସହରରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । ସହରାଞ୍ଚଳରେ ପିଏମ ଆବାସ ପାଇଁ ପଞ୍ଜିକରଣ ଫି ଓ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି  । 

ଏହି ପ୍ରସ୍ତାବିତ ରିଆୟତି ଦ୍ବାରା ରାଜ୍ୟର ସହରାଞ୍ଚଳ ଇଡବ୍ଲ୍ୟଏସ ବର୍ଗର ଉପଭୋକ୍ତାମାନେ ବ୍ୟାପକ ଆର୍ଥିକ ସୁବିଧା ପାଇବେ। ଖୋର୍ଦ୍ଧା କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲର ବିକାଶ ପ୍ରକଳ୍ପର ଟେଣ୍ଡର ପକ୍ରିୟାକୁ ଅନୁମୋଦନ କରାଯାଇଛି। ଯାହା ଇଡକୋ ମାଧ୍ୟମରେ କାର୍ଯ୍ୟକାରୀ ହେବ। ୨୧୦.୩୬ କୋଟି ଟଙ୍କାରେ ଏହି ପ୍ରକଳ୍ପ ହେବ। ୨୪ ମାସ ଅବଧି ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ସେହିପରି ବିଡିଏ ଅଧୀନସ୍ଥ ଟାଉନ ପ୍ଲାନିଂ ସ୍କିମ ନିମେନ୍ତ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟାନ୍ବୟନ ସହିତ ଇଞ୍ଜିନିୟରିଂ, କ୍ରୟ, ନିର୍ମାଣ ଚୁକ୍ତିନାମା ଅନ୍ତର୍ଗତ ୫ ବର୍ଷ ନିମେନ୍ତ ପରିଚାଳନା ଏବଂ ରକ୍ଷାଣାବେକ୍ଷଣ ପ୍ରକଳ୍ପର ଟେଣ୍ଡର ଓ ବିଡିଂ ପ୍ରକ୍ରିୟା ଅନମୋଦନ କରାଯାଇଛି। ଏଥିରେ ମହାନଦୀ ସ୍ଥିତ ନରାଜ ଡବଲୁଟିପିରୁ ଘାଟିକିଆ ସ୍ଥିତ ଏମବିଆରରୁ ଜଳ ଆହରଣ । 

କ୍ଲିଅର ଓ୍ବାଟର ଗ୍ରାଭିଟି ମୋନ ବିଛାଣ ଅନ୍ତର୍ଭୁକ୍ତ ରହିଛି।ସମ୍ବଲପୁରବାସୀଙ୍କ ପାଇଁ କ୍ୟାବିନେଟ୍ ଏକ ବଡ଼ ଉପହାର ଦେଇଛନ୍ତି। ମହାନଦୀ ଜଳାଶୟରେ ‘ଅଯୋଧ୍ୟା ସାଗର’ ପ୍ରକଳ୍ପ ପାଇଁ ୪୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିସହ ବାରାଣସୀ ଶୈଳୀରେ ସମଲେଶ୍ୱରୀ ମନ୍ଦିର ନିକଟରେ ଏକ ଭବ୍ୟ ‘ଆଳତି ଘାଟ’ ନିର୍ମାଣ ହେବ, ଯାହା ପର୍ଯ୍ୟଟନ ଓ ପାନୀୟ ଜଳ ଯୋଗାଣରେ ସହାୟକ ହେବ। ସେହିପରି ଦୂଷିତ ହେଉଥିବା ଗଙ୍ଗୁଆ ନାଳର ଜଳ ବିଶୋଧନ ପାଇଁ ୧୦୮.୯ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବହୁ ପ୍ରତୀକ୍ଷିତ ନୟାଗଡ଼ର ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ୧୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS