Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା

ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା

ODISHA NEWS 3 months ago

ଭୁବନେଶ୍ବର, (୦୪/୦୬) : ଆପ୍ର : ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା । ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ । 

୨ରୁ ୪ ମାସ ହେଲା ଭତ୍ତା ମିଳିନଥିବାରୁ ନାନା ହଇରାଣ ହେଉଛନ୍ତି । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ୩୭ଟି ପଞ୍ଚାୟତର ହିତାଧିକାରୀ ଭତ୍ତା ମିଳୁନଥିବାରୁ ଆଜି ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଥିଲା । ଏପଟେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ୭ ଦିନ ଭିତରେ ଭତ୍ତା ମିଳିବ । ହିତାଧିକାରୀ ସିଧାସଳଖ କେନ୍ଦ୍ରରୁ ଟଙ୍କା ପାଇବା ପାଇଁ ବ୍ୟବସ୍ଥା ହେଉଛି ।

ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ।

୭ ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ। ହିତାଧିକାରୀମାନେ ସପ୍ତାହେ ଭିତରେ ଭତ୍ତା ଟଙ୍କା ପାଇବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶକ୍ରମେ SPARSH ପୋର୍ଟାଲ ମାଧ୍ୟମରେ ଆକାଉଣ୍ଟ ଯାଞ୍ଚ ଚାଲିଛି ।

କିଛି ବୈଷୟିକ ତ୍ରୁଟି ହେଉଛି । ସୁଧାର ଆସିଲେ IMFS ଦ୍ୱାରା ଠିକ ସମୟରେ ଭତ୍ତା ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS