Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାତି ଶୋଇଥିବା ବେଳେ ସାପ କାମୁଡ଼ାରେ ନାବାଳକ ମୃତ

ରାତି ଶୋଇଥିବା ବେଳେ ସାପ କାମୁଡ଼ାରେ ନାବାଳକ ମୃତ

ODISHA NEWS 1 year ago

ରାୟଗଡ଼ା, (୧୮/୦୬) : ଆପ୍ର. : ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ପେଣ୍ତିଲି ପଞ୍ଚାୟତର ଦୁପୁଲୁପାଡୁ ଗ୍ରାମର ପ୍ରଶନ୍ନ କୁମାର ଶବରଙ୍କ ଏକ ମାତ୍ର ପୁତ୍ର ବିରେନ୍ଦ୍ର କୁମାର ଶବର (୧୬) ରାତିରେ ନିଜ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡାରେ ଗୁରୁତର ହୋଇଥିଲେ । 

ସାପ କାମୁଡ଼ିବା ଜାଣି ବିରେନ୍ଦ୍ରଙ୍କ ବାପା ତାଙ୍କୁ ଚିକିତ୍ସା ନିମନ୍ତେ ପଦ୍ମପୁର ମେଡିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କଲାପରେ ଗୁଣୁପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁଣୁପୁର ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ବିରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାରୁ ଜଣାପଡିଛି ଯେ ପରିବାର ସହ ନିଜ ଘରେ ଶୋଇବା ସମୟରେ ରାତିରେ ମୃତ ବିରେନ୍ଦ୍ର ପରିବାର ଲୋକଙ୍କୁ ଉଠାଇ କହିଥିଲେ ଯେ, ମୋ ଗୋଡ଼ରେ ରକ୍ତ ବାହାରୁଛି ।

ତାପରେ ପରିବାର ଲୋକେ ରକ୍ତ ବାହାରୁଥିବା ଦେଖି ସଙ୍ଗେ ସଙ୍ଗେ ପଦ୍ମପୁର ମେଡିକାଲ ନେଇଥିଲେ । 

ଏହା ପରେ ପଦ୍ମପୁର ଡାକ୍ତର ଗୁଣୁପୁର ମେଡିକାଲକୁ ରେଫର କରିଥିଲେ । ଗୁଣୁପୁର ମେଡିକାଲରେ ଚିକିତ୍ସା କରିବା ସମୟରେ ଡାକ୍ତର ବିରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗୁଡ଼ାରୀ ଥାନାରେ ମୃତ ବିରେନ୍ଦ୍ରଙ୍କ ବାପା ପ୍ରଶନ୍ନ ଶବର ପୋଷ୍ଟମର୍ଟମ ପାଇଁ ଏକ ଏତଲା ଦେଇଥିବା ଜଣାପଡିଛି । ଘଟଣାର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS