ଦେବଗଡ଼, (୧୯/୦୭) : ଆପ୍ର. : ରାତିରେ ବନ୍ଦ ଘରେ ହତ୍ୟା । ପରେ ମୃତଦେହକୁ ତାଲା ପକାଇ ପୋଲିସ ଆଗରେ ଆତ୍ମସମର୍ପଣ । କଣ ଅଛି ରହସ୍ୟ ? ପ୍ରଥମେ ବନ୍ଦ ଘରେ ହତ୍ୟା କଲା ଅଭିଯୁକ୍ତ ପରେ କାହାକୁ ନଜଣାଇ ଥାନାକୁ ଯାଇ ଆତ୍ମ ସମର୍ପଣ କଲା ।
ଦେବଗଡ଼ ନୂଆଗାଁରେ ଚାଞ୍ଚଲ୍ୟ । ହତ୍ୟାକାଣ୍ଡ ପରେ ମୃତଦେହକୁ ତାଲା ପକାଇ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ଅଭିଯୁକ୍ତର ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସର ଛାନଭିନ ଚାଲିଛି । ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁ ଠାରେ ବିଳମ୍ବିତ ରାତ୍ରିରେ ଘଟିଛି ହତ୍ୟାକାଣ୍ଡ । ବନ୍ଦ ଘର ଭିତରେ କରାଯାଇଛି ହତ୍ୟା । ମୃତକ ଜଣକ ହେଲେ ନୂଆଗାଁ ଗ୍ରାମର ରତନ ପ୍ରଧାନ ଆଉ ହତ୍ୟାକାରୀ ସେହି ଗ୍ରାମର ପଞ୍ଚାନନ ସୁହୁଳା ।
ସୂଚନାନୁସାରେ ପଞ୍ଚାନନ ନିଜ ଘରେ ରତନକୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ତାଲା ପକାଇ ଥାନାରେ ଆତ୍ମ ସମର୍ପଣ କରିଥିଲା । ତେବେ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପଞ୍ଚାନନଙ୍କ ପୁଅର କହିବାନୁଯାୟୀ ସେ ଘରେ ନଥିଲେ ଆଉ ତାଙ୍କ ବାପାଙ୍କର ମଧ୍ୟ କାହା ସହିତ ଶତ୍ରୁତା ନଥିଲା । ଜଣ ପାଇଁ ତାଙ୍କ ବାପାଙ୍କୁ ପଞ୍ଚାନନ ହତ୍ୟା କରିଛନ୍ତି ତାହା କେହି ବି ଜାଣି ନାହାନ୍ତି ।
ଏହାପରେ ସକାଳୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ପୁଲିସ ଉପସ୍ଥିତିରେ ବନ୍ଦ ଘରକୁ ଭଙ୍ଗାରୁଜା କରିଥିଲେ । ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଶାନ୍ତ କରିବା ସହିତ ସାଇଣ୍ଟିଫିକ ଟିମକୁ ଘଟଣା ସ୍ଥଳରେ ଅପେକ୍ଷା କରିଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ଜଣକ ପୋଲିସକୁ କହିଛି ଯେ ପଞ୍ଚାନନ ପତ୍ନୀଙ୍କର ଅନ୍ୟତ୍ର ପ୍ରେମ ସମ୍ପର୍କ ଥିଲା । ଆଉ ବିଳମ୍ବିତ ରାତ୍ରିରେ ତାଙ୍କ ପତ୍ନୀଙ୍କର ପ୍ରେମିକ ରତନଙ୍କୁ ପଞ୍ଚାନନଙ୍କୁ ମାରିବା ପାଇଁ ପଠାଇଥିବା ବେଳେ ରତନକୁ ସେ ପାଲଟା ହତ୍ୟା କରିଥିବା ନେଇ ପୁଲିସ ନିକଟରେ ବୟାନ ଦେଇଛି । ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡ ଉପରୁ ପ୍ରକୃତ ରହସ୍ୟ ପର୍ଦାଫାଶ ହୋଇ ପାରିନଥିବା ଜଣା ପଡିଛି ।

