ODISHA NEWS
ODISHA NEWS@odishanews

ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ସହ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ପାଳିତ

ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ସହ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ପାଳିତ
  • 540d
  • 25 shares

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡା,(୨/୧୦) : ରାୟଗଡା ସଦର ମହକୁମା ଠାରେ ଆଜି ଅକ୍ଟୋବର ୨ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।

ଏହି ଅବସରରେ ପ୍ରାତଃ ୫ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯାଇଥିଲା । ସେହିପରି ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆଜ଼ାଦିକl ଅମୃତ ମହାତ୍ସଵ ପାଳନ ଅବସରରେ ସକାଳ ୬ଘଣ୍ଟିଆ ସମୟରେ ସଂକୀର୍ତନ ମାଧ୍ୟମରେ ସ୍ଥାନୀୟ ରେଳବାଇ ଷ୍ଟେସନ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ରାମଧୁନ  ଅନୁଷ୍ଠିତ ହୋଇଥିଲା ।


ଗାନ୍ଧୀ ପାର୍କ ଠାରେ ଜିଲ୍ଳାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ବଧର୍ମ ପ୍ରାର୍ଥନା, ପୂଜ୍ୟପୂଜା ଅନୁଷ୍ଠିତ ହୋଇଥିଲା ।

No Internet connection

Link Copied