ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୦୮/୦୯) : ରାୟଗଡ଼ା ଜିଲ୍ଲାପାଳ ଜିଲ୍ଲାପାଳ ସ୍ଵଧା ଦେବସିଂ ଆଜି ବିଷମକଟକ ବ୍ଲକ ଗସ୍ତ କରି ଫେରିଛନ୍ତି । ପ୍ରଥମେ ଜିଲ୍ଲାପାଳ ବିଷମକଟକ ସଦର ମହକୁମା ର ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ଚାଲିଥିବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଗସ୍ତ କରି ଶିକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି ।
ଏହାପରେ ସରକାର ଙ୍କ 5T ଯୋଜନାରେ ବିଦ୍ୟାଳୟ ରୂପାନ୍ତରିକରଣ ହୋବାକୁ ଥିବା ହାଟ ମୁନିଗୁଡା ଆଦିବାସୀ ବାଳିକା ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟ ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ର ମାନ ନିର୍ଦ୍ଧାରଣ କରିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ବିଦ୍ୟାଳୟ କକ୍ଷ, ଛାତ୍ରୀବାସ ବୁଲି ଦେଖିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
No Internet connection |