Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାୟଗଡ଼ା ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ

ରାୟଗଡ଼ା ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ

ODISHA NEWS 4 years ago

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୮/୯) : ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ଗୁଣପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ପରିଦର୍ଶନ ଓ ସମୀକ୍ଷା କରିଥିଲେ । 

ଶ୍ରୀମତୀ ସ୍ୱଧା ଦେବ ସିଂ ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ୪୨ ଟି ବିଦ୍ୟାଳୟ ର ପଟ୍ଟା ବଣ୍ଟନ କରିଥିଲେ । ଗୁଣପୁର ଓ.ଟି.ଇ.ଏଲ.ପି. ଅଧିନସ୍ଥ ଜୀବିକା ମିଶନ ତରଫରୁ ପ୍ରଧାନୀଗୁଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଠାମକା ବିହନ ବଣ୍ଟନ କରିଥିଲେ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ଗୁଣପୁର ପୌର ପରିଷଦ ଅଧିନସ୍ଥ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବସଷ୍ଟାଣ୍ଡରେ ନିର୍ମିତ ତୋରଣ ଗେଟ, ପାର୍କ ଆଦି ପରିଦର୍ଶନ ସହ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ ।

ସେଫ।ଳି ପାହାଡ଼, ମିନିଷ୍ଟ।ଡିୟମ ଆଦି ପରିଦର୍ଶନ କରି ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମନଙ୍କୁ ତାଗିଦ କରିଥିଲେ । 

ଜିଲ୍ଲାପାଳଙ୍କ ଆଜିର ଏହି ଗସ୍ତ ସମୟରେ ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ତଥା ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରା, ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ପୋୖରାଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଗୁଣୁପୁର ଗସ୍ତ ସମୟରେ ଗୁଣୁପୁରର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଗୁଣୁପୁରବାସୀ ଧନ୍ୟବାଦ ଜଣାଇଛନ୍ତି ।
         

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS