ODISHA NEWS
ODISHA NEWS@odishanews

ରାୟଗଡ଼ା ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ

ରାୟଗଡ଼ା ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ
  • 199d
  • 24 shares

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୮/୯) : ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ଗୁଣପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ପରିଦର୍ଶନ ଓ ସମୀକ୍ଷା କରିଥିଲେ । 

ଶ୍ରୀମତୀ ସ୍ୱଧା ଦେବ ସିଂ ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ୪୨ ଟି ବିଦ୍ୟାଳୟ ର ପଟ୍ଟା ବଣ୍ଟନ କରିଥିଲେ । ଗୁଣପୁର ଓ.ଟି.ଇ.ଏଲ.ପି. ଅଧିନସ୍ଥ ଜୀବିକା ମିଶନ ତରଫରୁ ପ୍ରଧାନୀଗୁଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଠାମକା ବିହନ ବଣ୍ଟନ କରିଥିଲେ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ଗୁଣପୁର ପୌର ପରିଷଦ ଅଧିନସ୍ଥ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବସଷ୍ଟାଣ୍ଡରେ ନିର୍ମିତ ତୋରଣ ଗେଟ, ପାର୍କ ଆଦି ପରିଦର୍ଶନ ସହ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ ।

No Internet connection

Link Copied