Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାୟଗଡାରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ଉତ୍ସବ ପାଳିତ: ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧାପ୍ରସାରଣ

ରାୟଗଡାରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ଉତ୍ସବ ପାଳିତ: ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧାପ୍ରସାରଣ

ODISHA NEWS 2 months ago

ରାୟଗଡା , (୨୨/୦୬) : ଆପ୍ର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ଵରରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan) ଯୋଜନାର ୨୩ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି । 

ଏହି ପରିପ୍ରେକ୍ଷୀରେ ରାୟଗଡ଼ ଜିଲ୍ଲାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏହେସନ ଶେଖଙ୍କ ଅଧକ୍ଷତାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଠାରେ ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧାପ୍ରସାରଣ (Live Telecast) ଦେଖିଥିଲେ ଏବଂ ଟଙ୍କା ମିଳିବା ପରେ ଖୁସି ବ୍ୟକ୍ତ କରିଥିଲେ। ଏହି ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ୨ହଜାର ଟଙ୍କା ଲେଖାଁଏ ୬ହଜାର ଟଙ୍କା ପ୍ରତି ୪ମାସ ବ୍ୟବଧାନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ପିଏମ କିସାନ ଯୋଜନା ହେଉଛି କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୦୦ଜଣ ପିଏମ କିସାନ ହିତାଧିକାରୀମାନେ ଅଂଶଗ୍ରହଣ କରିଥିିବା ବେଳେ ଉପକୃତ ହୋଇଛନ୍ତି ଜିଲ୍ଲାର ସର୍ବମୋଟ ୪୯୪୪୩ଜଣ ପିଏମ କିସାନ ହିତାଧିକାରୀଙ୍କୁ ଆଜି ପିଏମ କିସାନ ସମ୍ମାନ ନିଧିର ୨୩ତମ କିସ୍ତି ୨ହଜାର ଟଙ୍କା ଲେଖାଁଏ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏହେସନ ଶେଖ ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ବରିଷ୍ଠ ବୈଜ୍ଞାନିକ, ASCO, BAO, AAO ଓ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS