Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ODISHA NEWS 3 months ago

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ । 

ଭୁବନେଶ୍ୱର ୧ନମ୍ବର ହାଟରୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ବାପା ବିଦ୍ୟାଧର ଦାସ ଓ ଝିଅ ସୁମତି ଦାସ । ସେମାନଙ୍କ ଘର ଭଦ୍ରକ ଆନନ୍ଦ ବଜାରରେ । ସେ ୧ନମ୍ବର ହାଟରେ ରହୁଥିଲେ । ସୁମତି ରେଲୱେରେ ଚାକିରି କରୁଥିବା କଥା ସମସ୍ତଙ୍କୁ କହିଥିଲେ ।  ଅନେକ ଲୋକଙ୍କୁ ଚାକିରି କରାଇଦେବେ କହି ୨୦ଲକ୍ଷ ଟଙ୍କା ଠକି ନେଇଥିଲେ । ପରେ ଧରାଛୁଆଁ ଦେଉନଥିଲେ। କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS