ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୧୭/୦୧) : ସଡକ ସୁରକ୍ଷା ସପ୍ତାହ ଷଷ୍ଠ ଦିବସ ରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆଜି ଦିବା ୧୦ ଘଣ୍ଟା ସମୟରେ ବିନିକା ବ୍ଲକ ର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଏକ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା ।
ଏଥିରେ ବିଦ୍ୟାଳୟ ର ପ୍ରାୟ ୨୦୦ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଛାତ୍ରଛାତ୍ରୀ ଙ୍କ ଜରିଆରେ ନିଜର ନିଜର ପରିବାରବର୍ଗ ଓ ଆତ୍ମୀୟ ସଜନ ଙ୍କୁ ହେଲ୍ମେମେଟ ପରିଧାନ କରି ଗାଡି ଚଲେଇବା ଓ ମଦ୍ୟପାନ ନ କରି ଗାଡି ଚଲେଇବା, ମୋବାଇଲ ଫୋନ ବ୍ୟବହାର ନ କରି ଗାଡି ଚଲେଇବା ଆଦି ଅନେକ ତଥ୍ୟ ସଡକ ସୁରକ୍ଷା ସଚେତନତା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ ।
No Internet connection |