Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାପ କାମୁଡ଼ାରେ ମହିଳା ମୃତ

ସାପ କାମୁଡ଼ାରେ ମହିଳା ମୃତ

ODISHA NEWS 1 month ago

ପୁରୁଷୋତ୍ତମପୁର, (୨୦/୦୯) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କମା ନଳୀ ନକ୍ଷ ପୁର ଗ୍ରାମରେ ଗତକାଲି ରାତ୍ରରେ ଜଣେ ମହିଳା ଭାସି ବେହେରା (୪୮) ପିତା ଲେଟ-- ଭଗବାନ ବେହେରା ଙ୍କୁ ବିଷଧର ସର୍ପ ଦଂଶନ କରିଥିଲା ।  

ଫଳରେ ଚିକିତ୍ସା ଲାଗି ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇ ଚିକିତ୍ସିତକରାଯାଇଥିଲା । କିନ୍ତୁ ଆଜି  ସକାଳେ ବ୍ ମେଡିକାଲ  ରେ ତାଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁର ବିଏନ୍‌ପୁର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦପାଇଁ ପଠାଇ ପୁରୁଷୋତ୍ତମପୁର ପୋଲିସକୁ ଏହିବିଷୟରେ ଜଣାଇଛନ୍ତି । ଏହି ଖବର ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଶୁଣି ସଙ୍ଗେ ସଙ୍ଗେ କେ ଏନ ପୁର ଆରାଇ ଙ୍କୁ ଖବର ଦେଈ ଘଟଣା ସ୍ଥଳକୁ ପଠାଇ ଥିଲେ ।

ଏବଂ ସେହି ରିପୋର୍ଟ କୁ ଆଧାର କରି ତାହାକୁ ଜିଲ୍ଲା ପାଳଙ୍କ ପାଖକୁ ପଠାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ କେ ଏନ ପୁର ମହିଳା ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା, ସମିତି ସଭ୍ୟା ଶାରଳା ବେହେରା ଓ ସମାଜସେବୀ ଏନ ରାମଚନ୍ଦ୍ର ରେଡ଼ୀ ଓ କିଛି ଗ୍ରାମବାସୀ ଉକ୍ତ ମହିଳା ଙ୍କୁ ସହଯୋଗ କରିଥିଲେ । ମହିଳାଙ୍କ ଦୁଇଟି ଅବିବାହିତ ପୁଅ ଅଛନ୍ତି ।  



Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS